ରଣପୁର ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସୁରମା ପାଢ଼ୀ

ରଣପୁର: ରଣପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ନାମାଙ୍କନ ଦାଖଲ କରିଛନ୍ତି । ନିର୍ବାଚନ ଅଧିକାରୀ ତଥା ନୟାଗଡ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ବଳଙ୍କ ନିକଟରେ ସେ ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ ବିଧାନସଭା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୟାଗଡ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ରହିଥିବା ସୁରମା ପରବର୍ତ୍ତୀ ୩ଟି ନିର୍ବାଚନରେ ପରାଜୟ ବରଣ କରିଥିଲେ। ୨୦୨୪ରେ ଦଳ ପୁଣି ତାଙ୍କୁ ଟିକେଟ ଦେଇଛି।

ସମ୍ବନ୍ଧିତ ଖବର