ଇଣ୍ତିଆ ବୁକ୍‌ରେ ସ୍ଥାନ ପାଇଲେ ବିସ୍ମୟ ବାଳକ ଶ୍ରେୟା˚ଶୁ

ବାସୁଦେବପୁର: ବୟସ ମାତ୍ର ସାଢେ ତିନି ବର୍ଷ। ଯେଉଁ ବୟସରେ ମୁହଁରୁ ଠିକ ଶବ୍ଦ ଉଚାରଣ କରି ହୋଇନଥାଏ ସେହି ବୟସରେ ତାଙ୍କ ପାଟିରୁ ବାହାରୁଛି ହିନ୍ଦୁ ଧର୍ମ, ସ˚ସ୍କୃତିର ଅନର୍ଗଳ ଶବ୍ଦ। ହିନ୍ଦୁ ପୌରାଣିକ ଗାଥାର ଜଣେ ପ୍ରବଚକ ଭାବେ ପରିବେଷଣ କରୁଛନ୍ତି। ଏହି ବୟସରେ ଖେଳ କୁଦରେ ଦିନ ବିତିଥାଏ। ହେଲେ ବିଚକ୍ଷଣ ପ୍ରତିଭା ପାଇଁ ଭଦ୍ରକ ଜିିଲ୍ଲା ବାସୁୁଦେବପୁର ସହରର ବିସ୍ମୟ ବାଳକ ଶ୍ରେୟା˚ଶୁ ରଣା ଇଣ୍ତିଆ ବୁକରେ ରେକର୍ଡ ସ୍ଥାନ ପାଇଛନ୍ତି। ବାସୁଦେବପୁର ସହରର ବାଲି କଲୋନିରେ ରହୁଥିବା ବାପା ତାପସ କୁମାର ରଣା ଓ ମା ରଶ୍ମିପ୍ରଭା ଷଡ଼ଙ୍ଗୀଙ୍କ ଏକମାତ୍ର ପୁଅ ଏହି ରେକର୍ଡ କରିବା ପରେ ବାପାମାଙ୍କ ଟେକ ରଖିଥିବା ସହ ବାସୁଦେବପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। କୌଣସି ବିଦ୍ୟାଳୟରେ ପାଦ ନ ଥାପି ମଧ୍ୟ ତାଙ୍କର ଏହି ପ୍ରଚଣ୍ତ ପ୍ରତିଭା ସମସ୍ତଙ୍କୁ ପ୍ରଭାବିତ କରିଛି।

ସେ ଏକାଧାରରେ ଓଡିଆ, ଇ˚ରାଜୀ ଓ ହିନ୍ଦୀରେ ମଧ୍ୟ ସମସ୍ତ ଦେଶର କଥା ପୌରାଣିକ ଗାଥା ବର୍ଣ୍ଣନା କରିପାରୁଛନ୍ତି। ଏଥିପାଇଁ ଏସିଆ ବୁକ୍‌ ଅଫ ରେକର୍ଡର କୁନି ଗ୍ରାଣ୍ତ ମାଷ୍ଟର ଭାବେ ମନୋନୀତ ହୋଇଛନ୍ତି। ଏସବୁ ସଫଳତା ପଛରେ ନିଜ ମା ରଶ୍ମିପ୍ରଭା ଅଧିକ ସମୟ ଦେଇ ପିଲାକୁ ଜଣେ ମେଧାବୀ କରିବା ପାଇଁ ପ୍ରୟାସ କରିଛନ୍ତି। ପିଲାର ମନେ ରଖିବାର ଶକ୍ତିକୁ ଅନୁଭବ କରି ଉଭୟ ବାପା ମାଆ ଶ୍ରେୟା˚ଶୁକୁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଛନ୍ତି। କିଛି ଦିନ ତଳେ ଇଣ୍ତିଆ ବୁକରେ ଆବେଦନ କରି ସଫଳତା ହାସଲ କରିଛନ୍ତି।

ଶ୍ରେୟା˚ଶୁର ନାମ ପଞ୍ଜୀକରଣ ପରେ ନିକଟରେ ଅନ୍‌ଲାଇନରେ ପରୀକ୍ଷା ନିଆଯାଇଛି। ଅଧିକାରୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ଦେଇ ନିରୀକ୍ଷକମାନଙ୍କୁ ଚକିତ କରିଥିଲେ। ଶ୍ରେୟା˚ଶୁଙ୍କ ବିଚକ୍ଷଣ ବୁଦ୍ଧି ବିଦ୍ୟା ବଳରେ ନିଜ ନାମ ଇଣ୍ତିଆ ବୁକ୍‌ରେ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କୁ ମାନପତ୍ର ସହ ପଦକ ଆଦି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି। ଶ୍ରେୟାଂଶୁଙ୍କ ମା ରଶ୍ମିପ୍ରଭା ଜଣେ ଗୃହିଣୀ। ବାପା ବାସୁଦେବପୁର ସହରରେ ଜଣେ ସୁନା ବ୍ୟବସାୟୀ। ଏହି ସଫଳତା ପରେ ପରିବାରରେ ଆନନ୍ଦର ଲହରି ଖେଳି ଯାଇଥିବା ବେଳେ ଆଗକୁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର