ଭୁବନେଶ୍ବର : ରାଜ୍ୟରେ ସରୋଗାସି ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଜି ଷ୍ଟେଟ୍ ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି ଏଣ୍ଡ ସରୋଗାସି ବୋର୍ଡ ଗଠନ କରିଛନ୍ତି। ଏ ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି।
ବୋର୍ଡରେ ସ୍ବାସ୍ଥ୍ୟ ମନ୍ତ୍ରୀ ଅଧ୍ୟକ୍ଷ ଓ ସ୍ବାସ୍ଥ୍ୟ ସଚିବ ଉପାଧ୍ୟକ୍ଷ ରହିଛି। ଏହାସହ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବାସନ୍ତୀ ହେମ୍ବ୍ରମ୍, ଲତିକା ପ୍ରଧାନ, ମହିଳା ଓ ଶିଶୁ ବିକାଶ/ଗୃହ/ଆଇନ/ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ, ପରିବାର କଲ୍ୟାଣ ନିର୍ଦେଶକ, ଫାଲଗୁନି ପାତ୍ର, ସତ୍ୟନାରାୟଣ ସାମନ୍ତରାୟ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡା. ତୁଷାର କର, ପ୍ରଫେସର ଆଇ.ବାପେଶ୍ବର ରାଓ, ଋତୁପୂର୍ଣ୍ଣା ମହାନ୍ତି, ଶୁଭଶ୍ରୀ ଦାସ, ଚିନ୍ମୟୀ ପଣ୍ଡା, ସ୍ନେହା ମିଶ୍ର, ଡା.ସେବା ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ/ଅତିରିକ୍ତ ସଚିବ ସଦସ୍ୟ ରହିଛନ୍ତି।
ଏହା ପୂର୍ବରୁ ଗତ ୪ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣିଆ ଷ୍ଟେଟ୍ ଆପ୍ରୋପ୍ରିଏଟ୍ ଅଥରିଟି ଗଠନ କରାଯାଇଥିଲା। ଏଥିରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଅଧ୍ୟକ୍ଷ ଥିବା ବେଳେ ପରିବାର କଲ୍ୟାଣ ନିର୍ଦେଶକ ଉପାଧ୍ୟକ୍ଷ, ଶୁଭଶ୍ରୀ ଦାସ, ଡା.ହର ପ୍ରସାଦ ପଟ୍ଟନାୟକ ଓ ଆଇନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରମୁଖ ସଦସ୍ୟ ରହିଛନ୍ତି। କେନ୍ଦ୍ର ସରକାର ସରୋଗାସ(ରେଗୁଲେସନ) ଆଇନ ୨୦୨୧ ଓ ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି(ରେଗୁଲେସନ) ଆଇନ ୨୦୨୧ ପ୍ରଣୟନ କରିବା ପରେ ରାଜ୍ୟ ସରକାର ଏହାକୁ ଲାଗୁ କରିଛନ୍ତି। ଏଣିକି ରାଜ୍ୟରେ ଥିବା ସରକାର ଓ ଘରୋଇ ସରୋଗାସି କେନ୍ଦ୍ରମାନେ ପଞ୍ଜୀକରଣ କରିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/baby_EPS.jpg)