ଭୁବନେଶ୍ବର: ଆଗାମୀ ୭ ରୁ ୧୦ ଦିନ ଭିତରେ ପାର୍ବଣ ସମୟରେ କରୋନାର ପ୍ରଭାବ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାର୍ବଣରେ ଯେଉଁ ଭଳି ଭାବରେ ଲୋକମାନେ ଭିଡ଼ ଜମାଇଥିଲେ। ନିଶ୍ଚିନ୍ତ ଭାବରେ ଏହାର ପ୍ରଭାବ କରୋନା ସଂକ୍ରମଣ ଉପରେ ପକାଇବ। ଏନେଇ ସରକାର ପ୍ରସ୍ତୁତ ଅଛନ୍ତି। ଯଦି ସେଭଳି କିଛି ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଯାଏ. ତେବେ ସର୍ଭେଲାନ୍ସକୁ ଜୋରଦାର କରାଯିବ। ଗ୍ରାମାଞ୍ଚଳରେ ଆଶା ଓ ସହରାଞ୍ଚଳରେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ସେଭଳି କିଛି ସଂକ୍ରମଣର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ। ଭିଡ଼କୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ।

Advertisment

ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ। ଏହାଛଡ଼ା ସ୍କୁଲ ପିଲାଙ୍କ ଉପରେ ସର୍ଭିଲାନ୍ସ ଟିମ ନଜର ରଖିବ ଏବଂ ମନିଟରିଂ ହେବ।