ଆରଡି: ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରୟାସରେ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ହେଲେ କୋଭିଡ କଟକଣା ପାଇଁ ଦୀର୍ଘମାସ ହେବ କାର୍ଯ୍ୟ ଅଟକି ରହିଥିଲା। ଆଜି ରାଜ୍ୟ ପ୍ରତ୍ନତ୍ତ୍ବତ ବିଭାଗ ପକ୍ଷରୁ ୬ଜଣିଆ ଟିମ ଆରଡିପୀଠକୁ ଆସି ବାବାଙ୍କ ମନ୍ଦିର ଗର୍ଭଗୃହର ଯାଞ୍ଚ କରିବା ସହ ମନ୍ଦିର ବେଢା, ୪ଗୁମୁଟ ମନ୍ଦିର, ଗଳିଘର, ଅଳାଁ, ମୁକ୍ତିମଣ୍ଡପ ଆଦି ସ୍ଥାନ ବୁଲି ଦେଖିବା ସହ ନୂତନ ଭାବେ ହେବାକୁ ଥିବା ଯଜ୍ଞ ମଣ୍ଡପ, ଶ୍ରାବଣୀମଣ୍ଡପ, ବେଢା ପ୍ରାଚେରୀର ସମ୍ଭନ୍ଧରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।