କଫି ଚାଷ ପାଇଁ ସର୍ଭେ

ଭୁବନେଶ୍ବର : ରାଜ୍ୟରେ କୋରାପୁଟ କଫିର ବିଶେଷ ଚାହିଦା ରହିଛି। ଏଠାରେ ସରକାରୀ ପ୍ରୋତ୍ସାହନ ଏଭଂ ଚାଷୀମାନେ ବ୍ୟାପକ ପରିମାଣରେ କଫି ଚାଷ କରନ୍ତି। ରାୟଗଡ଼ା, କନ୍ଧମାଳ ଏବଂ ଗଜପତିରେ କଫି ଚାଷ ସୁଯୋଗ ନେଇ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ କୃଷି ବିଭାଗ ଏବଂ କଫି ବୋର୍ଡର ବୈଠକ ଅନୁଷ୍ଠିତ ହୋଇଛି। ଖୁବ୍‌ଶୀଘ୍ର ଅନ୍ତିମ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର