ଘଟଗାଁ : ମା’ ତାରିଣୀ ମନ୍ଦିରର ରୂପାନ୍ତରୀକରଣ ପାଇଁ ସର୍ଭେ ଆରମ୍ଭ ହୋଇଛି। ଓଡ଼ିଶା ବ୍ରିଜ କନଷ୍ଟ୍ରକସନ୍‌ କର୍ପୋରେସନର ଏକ ଛଅଜଣିଆ ଟିମ୍‌ ସର୍ଭେ କାମରେ ନିୟୋଜିତ ହୋଇଛନ୍ତି।

Advertisment

ଜୁନ୍‌ ୧୧ରେ ୫-ଟି ସଚିବ ଭିକେ ପାଣ୍ଡିଆନ ଘଟଗାଁ ଗସ୍ତରେ ଆସି ମା’ ତାରିଣୀ ମନ୍ଦିରର ରୂପାନ୍ତରୀକରଣ ହେବ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଥିଲେ। ଘୋଷଣାର ଠିକ୍‌ ମାସକ ପରେ ମନ୍ଦିର ରୂପାନ୍ତରୀକରଣ ପାଇଁ ଗତ ୧୪ ତରିଖରୁ ସର୍ଭେ ଆରମ୍ଭ ହୋଇଯାଇଛି। ପ୍ରଥମେ ଡ୍ରୋନ୍‌ ସାହାଯ୍ୟରେ ସର୍ଭେ କରାଯାଇଥିଲା। ବର୍ତ୍ତମାନ ଗ୍ରାଉଣ୍ଡ ଜିରୋରେ ଡିଜିପିଏସ୍‌ ସର୍ଭେ ଚାଲିଛି। ଉପରଡିହା ରାସ୍ତାର ଆର୍‌ଆଇ ଅଫିସଠାରୁ ଘଟଗାଁ ରଥଛକ ପର୍ଯ୍ୟନ୍ତ ଏବଂ ପଶ୍ଚିମରେ ତାରଣୀ ଗାଡ଼ିଆଠାରୁ ଆରମ୍ଭ କରି ପାନ୍ଥଶାଳା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ଘର, ସରକାରୀ ଅନୁଷ୍ଠାନ, ରାସ୍ତା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ବର୍ଷା ଯୋଗୁଁ ସର୍ଭେ କାର୍ଯ୍ୟରେ ବିଳମ୍ବ ହେଉଛି। ଖୁବଶୀଘ୍ର ସର୍ଭେ ଶେଷ କରାଯାଇ ଓଡ଼ିଶା ବ୍ରିଜ କନ୍‌ଷ୍ଟ୍ରକ୍‌ସନ୍‌ କର୍ପୋରେସନକୁ ରିପୋର୍ଟ ଦିଆଯିବ ବୋଲି ସର୍ଭେୟର ନିରୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି।