ଭଦ୍ରକ: ଭଦ୍ରକ ଚରମ୍ପା ରେଳ ଷ୍ଟେସନ୍ ନିକଟରେ ଉଭୟ ପାର୍ଶ୍ବରେ ଥିବା ୧୧୯ ନମ୍ବର ଲେବୁଲ୍ କ୍ରସିଂ ଏବଂ ୧୧୮ ନମ୍ବର ଲେବୁଲ୍ କ୍ରସିଂ ଉପରେ ଫ୍ଲାଏ ଓଭର୍ବ୍ରିଜ୍ ନିର୍ମାଣ ପାଇଁ ସ୍ଥାନୀୟ ଜନ ସାଧାରଣ ଓ କଂଗ୍ରେସର ପୂର୍ବତନ ବିଧାୟକ ନରେନ ପଲେଇଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ବାରମ୍ବାର ଦାବି କରିବା ସହ ଧାରଣା ଓ ଧର୍ମଘଟ କରିଥିଲେ।
୧୧୯ ନମ୍ବର ଲେବୁଲ୍ କ୍ରସିଂ ନିକଟରେ ଫ୍ଲଏ ଓଭର୍ବ୍ରିଜ୍ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଜି ରେଳ ବିଭାଗ ପକ୍ଷରୁ ଚରମ୍ପାର ଡଗରାସାହି ନିକଟସ୍ଥ ୧୧୮ ନମ୍ବର ଲେବୁଲ୍ କ୍ରସିଂ ନିକଟରେ ଫ୍ଲାଏ ଓଭର୍ବ୍ରିଜ୍ ନିର୍ମାଣ ପାଇଁ କ୍ଷେତ୍ରୀୟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସର୍ଭେ କାର୍ଯ୍ୟ ଶେଷ ହେବା ପରେ ଏଠାରେ ଫ୍ଲଏ ଉଭର୍ବ୍ରିଜ୍ ନିର୍ମାଣ କରାଯିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି। ତେବେ ଏଇ ଫ୍ଲାଏ ଓଭର୍ବ୍ରିଜ୍ କେବେ ନିର୍ମାଣ ହେବ, ସେନେଇ ରେଳ ବିଭାଗ ନିର୍ଦ୍ଧିଷ୍ଟ ଭାବେ କିଛି କହି ନାହିଁ।