କାଶୀପୁରରେ ଡିପ୍‌ଥେରିଆ: ଘରକୁ ଘର ବୁଲି ସର୍ଭେ ହେଉଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କାଶୀପୁରରେ ବ୍ୟାପିଥିବା ଡିପ୍‌ଥେରିଆରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୩ ଜଣଙ୍କ ମୃତ୍ୟୁ ଘରେ ହୋଇଥିବା ବେଳେ ଅନ୍ୟମାନଙ୍କର ଡାକ୍ତଖାନାରେ ହୋଇଛି। ଚିକିତ୍ସିତ ୧୦ ରୋଗୀଙ୍କ ମଧ୍ୟରୁ ୫ ଜଣ ଡିପଥେରିଆ ରୋଗୀ ନିଶ୍ଚିତ ହୋଇଛି ଓ ଅନ୍ୟ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରକୁ ଯାଇଛି। ସେ ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ ହେଉଛି। ଚିହ୍ନଟ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ କରାଯାଉଛି। ଏହା ସହ ନିକଟବର୍ତ୍ତୀ ଅଞ୍ଚଳ ଓ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି। ସିଡିଏମଓଙ୍କ ଅଧ୍ୟକ୍ଷତାରେ ସର୍ଭେ ଚାଲିଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକ୍ ଓ ଆବଶ୍ୟକ ସ୍ଥଳେ ଭ୍ୟାକସିନ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର