ଭବାନୀପାଟଣା: ସାରା ଦେଶରେ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାଇବା ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ସାମ୍ବିଧାନିକ ଅଧିକାରରୁ ପଛୁଆବର୍ଗ ଲୋକଙ୍କୁ ବଞ୍ଚିତ କରୁଛନ୍ତି। ରାଜ୍ୟ ସରକାର ପଛୁଆବର୍ଗ ତାଲିକା ଚୂଡାନ୍ତ ହୋଇ ନଥିବାବେଳେ ବର୍ତ୍ତମାନ ସର୍ଭେ ଓ ଜମି ପଟ୍ଟା ନଦେଖି କିଭଳି ଭାବରେ ସର୍ଭେ କରାଯାଉଛି ବୋଲି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଲ ଉଦବେଗ ପ୍ରକାଶ କରିଥିଲେ। ଆଜି ଭବାନୀପାଟଣା ଗାନ୍ଧୀ ଛକଠାରେ ବିଜେପି ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Advertisment

ଏପ୍ରିଲ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଜନଜାଗରଣ ଯାତ୍ରା ଗତକାଲି ଧର୍ମଗଡ଼, ଜୁନାଗଡ଼ଠାରେ ପହଞ୍ଚିଥିଲା। ଆଜି ଭବାନୀପାଟଣାରେ ଏନେଇ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ ନାଏକ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ସୁକାନ୍ତ ବିଶ୍ବାଲ, ଜ୍ଞାନେନ୍ଦ୍ର ସ୍ବାଇଁ, ସୁବୋଧ ବାରିକ, ମନୋଜ ସୁକଲା, ଜିଲ୍ଲା ବିଜେପିର ଭବେନ୍ଦ୍ର ପଣ୍ଡା, ପ୍ରେମନାଥ ନାଏକ, ମନୋଜ ସାହୁ, ଭଣ୍ଡେଶ୍ବର ମହାପାତ୍ର, ତ୍ରିମୋହନ ସାହୁ, ଗୋପାଳ ସାହୁ, ଚିତ୍ତରଞ୍ଜନ ପାତ୍ର, ଦାମ ମହାରଣା, ପ୍ରାଣ ପଣ୍ଡା, ଅମୋଜ ପଣ୍ଡା, ରୋହିତ ଦୁର୍ଗା ପ୍ରମୁଖ ସାମିଲ ହୋଇଥିଲେ।