ଅକଳରେ ପକାଇଲା ସର୍ଭେ ରିପୋର୍ଟ

ସି-ଭୋଟର କହିଲା ଲୋକସଭାରେ ବିେଜପିକୁ ୧୩ ଆସନ, ସଂଖ୍ୟାକୁ ନେଇ ଦ୍ୱିଧାରେ ନେତା, ମୋଦୀ କାର୍ଡ ଖେଳିଲେ, ପୁରୀରୁ ମୋଦୀ ପ୍ରାର୍ଥୀ ହେବେ; ପ୍ରସ୍ତାବ ଦେବ ରାଜ୍ୟ ବିଜେପି

ଭୁବନେଶ୍ୱର : ଇଣ୍ଡିଆ ଟୁେଡ ସର୍ଭେ ରିପୋର୍ଟ ଦର୍ଶାଇଥିଲା, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକର୍ଷଣ ରହିଛି। ଏହି ସର୍ଭେ ରିେପାର୍ଟ ରାଜ୍ୟ ନେତାଙ୍କୁ ଖୁସି କରିଥିଲା। ଠିକ୍ ପରେ ପରେ ଏବିପି ନ୍ୟୁଜ୍‌ ଓ ସି-ଭୋଟର ସର୍ଭେ ପୂର୍ବାନୁମାନ କରିଛି ଆଜି ଦିନରେ ନିର୍ବାଚନ ହେଲେ, ଓଡ଼ିଶାର ୧୩ଟି ଲୋକସଭା ଆସନରେ ବିେଜପି ଜିତିବ।

ଗତ ସାଧାରଣ ନିର୍ବାଚନ ସମୟରେ କୌଣସି ସର୍ଭେର ଆକଳନ ସତ ହୋଇନଥିଲା, ପାଖାପାଖି ଚିତ୍ର ମଧ୍ୟ ସେମାନେ ରଖିପାରିନଥିେଲ। ତଥାପି ଏହି ପରିସଂଖ୍ୟାନକୁ ନେଇ ରାଜ୍ୟ ବିଜେପି ନେତାମାେନ ଯେତିକି ଖୁସି ବ୍ୟକ୍ତ କରିଛନ୍ତି, ସେତିକି ଆଶଙ୍କାରେ ଛନ୍ଦି ହୋଇଗଲେଣି। କାରଣ ରାଜ୍ୟରେ ବିେଜପିର ସ୍ଥିତି ଏବେ ଯାହା ରହିଛି, ସେଥିରେ ଦଳ ଯେ ୧୩ଟି ଲୋକସଭା ଆସନ ଜିତିବ, ତାହାକୁ ଅନେକ ଗ୍ରହଣ କରିପାରୁନାହାନ୍ତି। ଏଣୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ଆଗରୁ ବିେଜପି ଆଜି ଏକ ନୂଆ କୌଶଳ ଆପଣାଇଛି। ଏହି ସଂଖ୍ୟା ସଂପର୍କରେ ବିଶ୍ୱାସ ସୃଷ୍ଟି କରିବା ଲାଗି ଦଳ ଆଜି ଚତୁରତାର ସହିତ ମୋଦୀ କାର୍ଡ ଖେଳିଛି।

ସାଧାରଣ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ସଂପର୍କରେ ଗତକାଲି ସୂଚନା ଦେଇଥିଲେ ରାଜ୍ୟ ବିେଜପି ସଭାପତି ବସନ୍ତ ପଣ୍ଡା। କହିଥିଲେ, କିଏ କେଉଁ ଆସନରୁ ପ୍ରାର୍ଥୀ ହେବେ, ତାହା ଆପାତତଃ ଚିହ୍ନଟ ହୋଇଗଲାଣି। ବିେଜପି ଏ ‌କ୍ଷେତ୍ରରେ ପଛରେ ନାହିଁ। ସେତେବେଳେ ମୋଦୀଙ୍କ ପ୍ରାର୍ଥିତ୍ୱ ନେଇ କିଛି କହିନଥିଲେ।

ଆଜି କିନ୍ତୁ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ସାଧାରଣ ନିର୍ବାଚନରେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରାର୍ଥୀ କରିବା ଲାଗି ରାଜ୍ୟ ପ୍ରସ୍ତାବ ଦେବ। ବିେଜପି ସଂସଦୀୟ ବୋର୍ଡ ବୈଠକ ନିଷ୍ପତ୍ତି ଏ କ୍ଷେତ୍ରରେ ଚୂଡାନ୍ତ। ବିେଜପିର ଏହି ମୋଦୀ କାର୍ଡ ହିଁ ନେତାଙ୍କ ଭିତରେ ଥିବା ଡର ଓ ଦ୍ୱିଧାକୁ ପଦାରେ ପକାଇ ଦେଇଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ପ୍ରସଙ୍ଗକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି। ମୁଖ୍ୟତଃ ଚାରିଟି ପ୍ରଶ୍ନ ଉପରେ ଘମାେଘାଟ ଆେଲାଚନା ଆରମ୍ଭ ହୋଇଛି। ପ୍ରଥମତଃ, ଜାତୀୟସ୍ତରର ସଂସ୍ଥାମାେନ ସର୍ଭେ ଜରିଆରେ ଯେଉଁ ପୂର୍ବାନୁମାନ କରୁଛନ୍ତି, ତାହା କଣ ସତରେ ବାସ୍ତବତାର ରୂପ ନେବ? ୨୦୧୪ ଆକଳନ କେତେ ସତ ହୋଇଥିଲା? ପୁରୀରୁ ମୋଦୀ ପ୍ରାର୍ଥୀ ହେବେ? ଯଦି ମୋଦୀ ପ୍ରାର୍ଥୀ ହୁଅନ୍ତି, ଓଡ଼ିଶା ବିେଜପି କେତେ ଲାଭରେ ରହିବ?

ଉେଲ୍ଲଖଯୋଗ୍ୟ, ଯଦି ଏବେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ, ତା’ହେଲେ ଓଡ଼ିଶାରେ ବିଜେପିକୁ ବଡ଼ ସଫଳତା ମିଳିବ ବୋଲି ଏବିପି ନ୍ୟୁଜ୍‌ ଓ ସି-ଭୋଟର ପକ୍ଷରୁ ହୋଇଥିବା ସର୍ଭେରେ ଦର୍ଶାଯାଇଛି।

ସର୍ଭେ କହୁଛି, ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ଏକା ୧୩ଟିେର ଜିତିବ। ବାକି ୮ଟିରୁ ବିଜେଡିକୁ ୬ଟି ଓ କଂଗ୍ରେସକୁ ୨ଟି ଆସନ ମିଳିବ। ଲୋକସଭାର ମୋଟ ୫୪୩ ଆସନରୁ ୨୭୬ଟି ଏନ୍‌ଡିଏ ଖାତାକୁ ଯିବାର ସମ୍ଭାବନା ଅଧିକ ଓ ବିଜେପି ଏକାକୀ ୨୪୮ଟି ଆସନ ପାଇପାରେ। ଏହି କ୍ରମରେ ୟୁପିଏକୁ ୧୧୨ ଓ ଅନ୍ୟମାନଙ୍କୁ ୧୫୫ ସିଟ୍ ମିଳିବ ବୋଲି ଆକଳନ କରାଯାଇଛି।

ସର୍ଭେରେ ଆହୁରି କୁହାଯାଇଛି, ଉତ୍ତରପ୍ରଦେଶରେ କଂଗ୍ରେସ ଯଦି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସହ ମହାମେଣ୍ଟ କରିବାରେ ସଫଳ ହୁଏ, ତେବେ ଲାଭବାନ ହେବ। ଏମିତି ହେଲେ ରାଜ୍ୟର ୮୦ଟି ସିଟ୍‌ରୁ ମହାମେଣ୍ଟ ୫୬ଟି ହାତେଇ ପାରିବ ବୋଲି କୁହାଯାଇଛି। ଯଦି ମେଣ୍ଟ ନହୁଏ, ତେବେ ବିଜେପି ପୁଣି ଥରେ ଅଧିକାଂଶ ସିଟ୍ ପୋଛିନେଇପାରେ।

ରାଜନୈତିକ ମହଲର କହିବା କଥା ହେଉଛି, ଓଡ଼ିଶାରେ ଏବେ ଦଳର ସ୍ଥିତି ଏମିତି ନାହିଁ, ଯେଉଁଥିରେ ୧୩ଟି ଲୋକସଭା ଆସନ କରାୟତ କରିପାରିବ। ପଞ୍ଚାୟତ ନିର୍ବାଚନରେ ଦବଦବା ରଖିଥିବା ବିେଜପି ବିେଜପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି। ପରବର୍ତୀ ପୌର ନିର୍ବାଚନ ଓ ଛୋଟ ମୋଟ ଉପନିର୍ବାଚନରେ ବି ଦଳର ପ୍ରଦର୍ଶନ ଆଖି ଦୃଶିଆ ନାହିଁ। ଖୋଦ୍ ନେତାମାେନ ଅନ୍ୟ ନେତାଙ୍କୁ ସହଯୋଗ କରିବା ଲାଗି ଆମନ୍ତ୍ରଣ କରି ପରୋକ୍ଷରେ ସେମାନଙ୍କର ୧୨୦ ଆତ୍ମବିଶ୍ୱାସ ନଥିବା କଥା ସୂଚାଇ ସାରିଛନ୍ତି।

ଏଣୁ ସର୍ଭେ ରିେପାର୍ଟ ଯେଉଁ ଚିତ୍ର ରଖିଛି, ତା ଉପରେ ବିଶ୍ୱାସ ସୃଷ୍ଟି ଲାଗି ଆଜି ସଭାପତି ଗୋଟିଚାଳନା କରିଛନ୍ତି। କହିଛନ୍ତି,୨୦୧୯ ନିର୍ବାଚନର ମୋଦୀଙ୍କୁ ପୁରୀରେ ଲଢିବା ପାଇଁ ପ୍ରସ୍ତାବ ଦିଆଯିବ। ଅର୍ଥାତ୍ ମୋଦୀ ପ୍ରାର୍ଥୀ ହେଲେ, ଓଡ଼ିଶାରେ ପଦ୍ମ ଫୁଟିବ ଓ ଏହି ସଂଖ୍ୟା ହାସଲ ହେବା କଷ୍ଟସାଧ୍ୟ ନୁହେଁ।

ଉଲ୍ଲେଖଥାଉକି, ପୂର୍ବରୁ ନରସିଂହ ରାଓ ଓଡ଼ିଶାରୁ ପ୍ରାର୍ଥୀ ହୋଇ ଜିତିଥିଲେ ଓ ପ୍ରଧାନମନ୍ତ୍ରୀ ବି ହୋଇଥିଲେ। ସେତେବେଳେ ରାଜ୍ୟରେ କଂଗ୍ରେସ କ୍ଷମତାରେ ଥାଇ ବି ସବୁ ଆସନ ଦଖଲ କରିପାରିନଥିଲା। ଏଣୁ ମୋଦୀ ପ୍ରାର୍ଥୀ ହେଲେ ରାଜ୍ୟ ବିଜେପିକୁ କିଛି ସଫଳତା ମିଳିପାରେ, ମାତ୍ର ଏମିତି ନୁେହଁ, ଯେମିତି ରାଜ୍ୟ ବିେଜପି େନତାମାେନ ଚିତ୍ର ଆଙ୍କୁଛନ୍ତି।

ସବୁଠାରୁ ବଡ଼ କଥା ହେଉଛି, ମୋଦୀ ଓଡ଼ିଶାରୁ ପ୍ରାର୍ଥୀ ହେବା ସମ୍ଭାବନା କ୍ଷୀଣ, ଏକଥା ସର୍ଭେ ରିେପାର୍ଟକୁ ତର୍ଜମା କଲେ ଜଳ ଜଳ ହୋଇ ଦିଶୁଛି। କାରଣ ଦିଲ୍ଲୀ ଆସନ ଦଖଲ କରିବାକୁ ହେଲେ, ବିେଜପି ପାଇଁ ଉତ୍ତରପ୍ରଦେଶ ହେଉଛି ମୁଖ୍ୟ ସ୍ଥାନ। ଯେଉଁ ସର୍ଭେ ଓଡ଼ିଶାରେ ବିେଜପି ଭଲ କରିବ ବୋଲି କହୁଛି, ସେହି ସର୍ଭେ ରିେପାର୍ଟ ବି ଉତ୍ତରପ୍ରଦେଶରେ ବିେଜପି ସ୍ଥିତି ସଂପର୍କରେ ଏକ ଭୟାନକ ଚିତ୍ର ରଖୁଛି। ଗତଥର ମଧ୍ୟ ମୋଦୀ ଉଭୟ ଭଦଦୋରା ଓ ବାରଣାସୀ ଆସନରୁ ଜିତିଥିଲେ ବି ଉତ୍ତରପ୍ରଦେଶକୁ ଦୃଷ୍ଟିରେ ରଖି ଗୁଜୁରାଟ ମୋହ ଛାଡିଥିଲେ। ସେତେବେଳେ ରାଜ୍ୟର ମୋଟ ୮୦ ଲୋକସଭା ଆସନରୁ ବିଜେପିକୁ ମିଳିଥିଲା ୭୧ ଆସନ। ଏଣୁ ଏଥର ବି ଓଡ଼ିଶା ଭଳି ରାଜ୍ୟ କେନ୍ଦ୍ରୀୟ ବିେଜପି ପାଇଁ ସେଭଳି କିଛି ମୂଲ୍ୟ ରଖୁନାହିଁ।

ଏମିତିରେ ବି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ସର୍ଭେ ସଂସ୍ଥାମାେନ ଏମିତି ଏକ ରିେପାର୍ଟ ଦେଖାଇଥିେଲ। ଯେଉଁଥିରେ, ବିେଜପିର ପ୍ରଦର୍ଶନ ବେଶ୍ ଆଖିଦୃଶିଆ ହେବ ବୋଲି ଆକଳନ କରାଯାଇଥିଲା। ମାତ୍ର ସମସ୍ତ ପ୍ରମୁଖ ସର୍ଭେ ରିେପାର୍ଟ ଶତପ୍ରତିଶତ ଭୁଲ୍ ସାବ୍ୟସ୍ତ ହୋଇଥିଲେ।

ସେତେବେଳେ ୨୦୧୩ ଅଗଷ୍ଟରୁ ୨୦୧୪ ଏପ୍ରିଲ ଯାଏ ୬ଟି ରିେପାର୍ଟ ସର୍ଭେ ରିେପାର୍ଟ ଆସିଥିଲା। ଯେଉଁଥିରେ କେଂଗ୍ରସ ଓ ବିେଜପି ସପକ୍ଷରେ ବେଶ୍ ମତ ଥିଲା। ଏମିତିକି ଶେଷ ସର୍ଭେ ରିେପାର୍ଟରେ ଓଡ଼ିଶାରେ ୭ଟି ଆସନରେ ବିେଜପି ଆସିବ ବୋଲି ପୂର୍ବାନୁମାନ କରାଯାଇଥିଲା। ମାତ୍ର କଂଗ୍ରେସ ଆଦୌ ସଂଖ୍ୟା ପାଇଲା ନାହିଁ ଓ ବିଜେପି ଗୋଟିଏ ଆସନ ଅର୍ଥାତ୍ ସୁନ୍ଦରଗଡରେ ହିଁ ଅଟକିଗଲା ଓ୨୦ଟି ଲୋକସଭା ଆସନ ଜିତିଥିଲା ବିଜେଡ।

ସମ୍ବନ୍ଧିତ ଖବର