ଭୁବନେଶ୍ବର: କେବଳ ବଡ଼ ସହରରେ ବଡ଼ ପ୍ରକଳ୍ପ ଦ୍ୱାରା ରାଜ୍ୟର ବିକାଶ ହୋଇପାରିବ ନାହିଁ। ଏଥିପାଇଁ ପ୍ରତି ସହରକୁୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବାକୁ ପଡ଼ିବ। ଏହି ଆଧାରରେ ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ଚାରିଥାକିଆ କରାଯିବ। ବିଭାଗୀୟ ଯନ୍ତ୍ରୀମାନେ ସର୍ଭେ ଆରମ୍ଭ କରି ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ନିର୍ଦ୍ଦେଶ ଦେଇଛନ୍ତି।

Advertisment

Tragic road accident: ଆନ୍ଧ୍ରପ୍ରଦେଶ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଞ୍ଜାମର ଜଣେ ରୋଗୀଙ୍କ ସମେତ ୨ ମୃତ

ଆଜି ଅପରାହ୍ଣରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଭୁବନେଶ୍ୱର ସହରର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ପାଇଁ ମଧ୍ୟ ଏକ ଆଉଟର ରିଂରୋଡ୍‌ ନିର୍ମାଣ କରାଯିବ। ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶାକୁ ସଂଯୋଗ କରୁଥିବା କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫କୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଖୁବ୍‌ଶୀଘ୍ର ସର୍ଭେ ହେବ। 

କଟକ ସହର ପାଇଁ ହେବ ଆଉଟର ରିଂରୋଡ୍‌

ଏହି ବୈଠକରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ, ବାମ ସମାନ୍ତରାଳ ରାସ୍ତା, ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ପ୍ରସ୍ତାବିତ କେଳୁଚରଣ ପାର୍କରୁ ଫୁଲନଖରା ରାସ୍ତା, ପଳାସୁଣି ଠାରୁ ଗ୍ୟାରେଜ୍‌ ଛକ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ୍‌ ରାସ୍ତା, କାଇମାଟିଆ ଛକରୁ ଗୋଠପାଟଣା, ଗୋହିରିଆରୁ ଛତାବର ଭାୟା-ମଦନପୁର, ଏମ୍‌ସ ରାସ୍ତା ଆଦିର ନିର୍ମାଣ, ପ୍ରଶସ୍ତୀକରଣ ଏବଂ ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା। ଏହାସହ କୋଣାର୍କ-ପୁରୀ-ସାତପଡ଼ା ରାସ୍ତାର ପ୍ରଶସ୍ତୀକରଣ, ପିପିଲି-କୋଣାର୍କ ରାସ୍ତାର ନୂଆ ଆଲାଇନ୍‌ମେଣ୍ଟ, କଟକ-କନ୍ଦରପୁର ଏବଂ କନ୍ଦରପୁର-ବାଲିକୁଦା, ଜୟପୁର ବାଇପାସ୍‌ ଓ ବଲାଙ୍ଗିର ବାଇପାସ୍‌ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା।

Satyanagar overbridge road closed: ସତ୍ୟନଗର ଓଭରବ୍ରିଜ୍‌ ବାଟ ବନ୍ଦ: ଟ୍ରାଫିକ୍‌ ଯନ୍ତ୍ରଣା, ଦୁର୍ଘଟଣା ଭୟ ଘାରୁଛି

ଏହି ବୈଠକରେ ପ୍ରମୁଖ ସଚିବ ସଂଜୟ ସିଂହ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌) ସତ୍ୟବ୍ରତ ବେହେରା, ସର୍ବୋଚ୍ଚ ଯନ୍ତ୍ରୀ (ରାସ୍ତା) ଧ୍ୟାନଚାନ୍ଦ ନାୟକ, ଜାତୀୟ ରାଜପଥ ପ୍ରାଧୀକରଣ, ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।