ମାସକରେ କାର୍ଯ୍ୟକ୍ଷମ ହେବ ଆଉ ୨ କ୍ଲିନିକାଲ କେୟାର ସୁବିଧା
ପ୍ରତିଦିନ ଜନ୍ମ ନେଉଛନ୍ତି ୭୦/୮୦ ଅଟିଜିମ୍ ଶିଶୁ

Advertisment

ଭୁବନେଶ୍ବର : ପ୍ରତ୍ୟେକ ଦିନ ରାଜ୍ୟରେ ୭୦/୮୦ଜଣ ଅଟିଜିମ୍‌ର ଶିକାର ଶିଶୁ ଜନ୍ମ ନେଉଛନ୍ତି। ଗତବର୍ଷ ରାଜ୍ୟରେ ପ୍ରାୟ ୪୦ହଜାର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତେଣୁ ଅଟିଜିମ୍‌ ଶିଶୁଙ୍କ ଚିହ୍ନଟ ପାଇଁ ପ୍ରତିବର୍ଷ ସର୍ଭେ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଲୋକସେବା ଭବନରେ ବିଶ୍ବ ଅଟିଜିମ୍‌ ଦିବସ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅଟିଜିମ୍‌ର ଶିକାର ଶିଶୁମାନଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ରାଜ୍ୟରେ ଅଟିଜିମ୍‌ ଆକ୍ରାନ୍ତ ଶିଶୁଙ୍କ ଚିହ୍ନଟ ଓ ଚିକିତ୍ସା ନେଇ ଗତବର୍ଷ ଭୁବନେଶ୍ବର ଓ ସୁନ୍ଦରଗଡ଼ରେ ଦୁଇଟି କ୍ଲିନିକାଲ କେୟାର ସୁବିଧା କରାଯାଇଛି। ଚଳିତମାସରେ ଯାଜପୁର ଓ ବ୍ରହ୍ମପୁର ଆସନ୍ତା ୧ମାସ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ‌କୁମାର ଜେନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କମିସନରଙ୍କ ସଚିବ ଭାସ୍କର ଜ୍ୟୋତି ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।