ଭୁବନେଶ୍ବର: ବର୍ଷର ଶେଷ ସୂର୍ଯ୍ୟୋପରାଗ ସର୍ବମୋକ୍ଷ ହୋଇଯାଇଛି। ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଥିଲା। ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଥିଲା। ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହୋଇଥିଲା। ମାତ୍ର ସୂର୍ଯ୍ୟୋପରାଗର କାଳ ପରାଗ ଲାଗିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା।
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ବା ପରାଗକୁ ଅଶୁଭ ଘଟଣାରେ ଗଣତି କରାଯାଇଥାଏ। ଏହି କାରଣରୁ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ ଓ ପୂଜାପାଠ ବାରଣ କରାଯାଇଥାଏ। କୁହାଯାଇଥାଏ ଯେ, ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ ପୀଡିତ ହୋଇଯାଆନ୍ତି। ଭାରତରେ ସୂର୍ଯ୍ୟୋପରାଗ ଅପରାହ୍ନ ପାଖାପାଖି ୪ଟା ୨୯ ମିନିଟରେ ଆରମ୍ଭ ହୋଇଥିଲା। ଏହା ସନ୍ଧ୍ୟା ୬ଟା ୨୬ମିନିଟରେ ସର୍ବମୋକ୍ଷ ହୋଇଥିଲା।
ସୂର୍ଯ୍ୟୋପରାଗ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟବାସୀଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଭୁବନେଶ୍ବର ଓ ବୁର୍ଲାସ୍ଥିତ ପ୍ଲାନେଟାରିଅମରେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା। ଏତଦ ବ୍ୟତୀତ ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖିଥିଲେ। ଭୁବନେଶ୍ବର ସାଇନ୍ସ ପାର୍କରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।
କେଉଁଠି କେତେବେଳ ଯାଏଁ ସୂର୍ଯ୍ୟୋପରାଗ
ନୂଆଦିଲ୍ଲୀ: ୪ଟା ୨୮ରୁ ୫ଟା ୪୨
ମୁମ୍ବାଇ: ୪ଟା ୨୯ରୁ ୬ଟା ୯
ଚେନ୍ନାଇ: ୫ଟା ୧୩ରୁ ୫ଟା ୪୫
କୋଲକାତା: ୪ଟା ୫୧ରୁ ୫ଟା ୪
ହାଇଦ୍ରାବାଦ୍: ୪ଟା ୫୮ରୁ ୫ଟା ୪୮
ବେଙ୍ଗାଲୁରୁ: ୫ଟା ୧୨ରୁ ୫ଟା ୫୬
ଭୋପାଳ: ୪ଟା ୪୨ରୁ ୫ଟା ୪୭
ତେବେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଥିଲା। ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହୋଇଯାଇଛି। କିନ୍ତୁ ବୁଧବାର ସୂର୍ଯ୍ୟୋଦୟ ପରେ ଦେବନୀତି ଆରମ୍ଭ ହେବ। କାର୍ତ୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ତେବେ ଏହି ସୂର୍ଯ୍ୟ ପରାଗ ଦେଖିବା ପାଇଁ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତିମାନେ ଦେଖିପାରିବେ। ସେମାନଙ୍କ ଚନ୍ଦ୍ର ଶୁଦ୍ଧି ଥିବାରୁ ଏହା ଦେଖିବା ସେମାନଙ୍କ ପାଇଁ ଶୁଭପ୍ରଦ ହେବ ବୋଲି ଜ୍ୟୋତିଷ ବିଷାରଦମାନେ ପ୍ରକାଶ କରିଛନ୍ତି।
ଓଡ଼ିଶାରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ସମୟ
– କେନ୍ଦ୍ରାପଡା: ୪.୫୬ ରୁ ୫.୧୩
– ଜଗତସିଂହପୁର: ୪.୫୬ ରୁ ୫.୧୪
– ଭଦ୍ରକ: ୪.୫୪ ରୁ ୫.୧୨
– ମୟୂରଭଂଜ: ୪.୫୨ ରୁ ୫.୧୦
– ଯାଜପୁର: ୪.୫୫ ରୁ ୫.୧୩
– ପୁରୀ ୪.୫୭ ରୁ ୫.୧୬
– ଖୋର୍ଦ୍ଧା: ୪.୫୭ ରୁ ୫.୧୭
– କଟକ: ୪.୫୬ ରୁ ୫.୧୫
– ଢେଙ୍କାନାଳ: ୪.୫୫ ରୁ ୫.୧୬
– ଗଂଜାମ: ୪.୫୮ ରୁ ୫.୨୦ (
– ନୟାଗଡ: ୪.୫୬ ରୁ ୫.୧୮
– କେନ୍ଦୁଝର: ୪.୫୩ ରୁ ୫.୧୬
– କଳାହାଣ୍ଡି: ୪.୫୬ ରୁ ୫.୧୯
– ଅନୁଗୁଳ: ୪.୫୪ ରୁ ୫.୧୮
– ଗଜପତି: ୪.୫୯ ରୁ ୫.୨୩
– ବୌଦ୍ଧ: ୪.୫୪ ରୁ ୫.୨୧
– ଦେବଗଡ: ୪.୫୨ରୁ ୫.୧୯
– କନ୍ଧମାଳ: ୪.୫୫ ରୁ ୫.୨୩
– ସମ୍ବଲପୁର: ୪.୫୨ ରୁ ୫.୨୦
– ରାୟଗଡା: ୪.୫୭ ରୁ ୫.୨୬
– ବରଗଡ – ୪.୫୨ରୁ ୫.୨୨
– ସୋନପୁର: ୪.୫୪ ରୁ ୫.୨୪
– ଝାରସୁଗୁଡା: ୪.୫୧ରୁ ୫.୨୧
– ସୁନ୍ଦରଗଡ଼: ୪.୫୦ ରୁ ୫.୨୧
– କୋରାପୁଟ: ୪.୫୮ ରୁ ୫.୨୯
– ବଲାଙ୍ଗୀର: ୪.୫୩ ରୁ ୫.୨୫
– ମାଲକାନାଗିରି: ୪.୫୯ ରୁ ୫.୩୩ (
– ନବରଙ୍ଗପୁର: ୪.୫୭ ରୁ ୫.୩୧
– ନୂଆପଡ଼ା: ୪.୫୨ ରୁ ୫.୨୮