ଆସନ୍ତାକାଲି ସୂର୍ଯ୍ୟୋପରାଗ: ପରାଗ କାଳରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ

ନୂଆଦିଲ୍ଲୀ: ଆସନ୍ତାକାଲି ବଳୟ ସୂର୍ଯ୍ୟୋପରାଗ। ତେବେ ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇ ଯିବ। ଭାରତର ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟୋପରାଗ ଦେଖାଯିବ। ଏହାବାଦ ଭାରତର ଅନ୍ୟ ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେବ। ତେଣୁ ଓଡ଼ିଶାରେ ଆଂଶିକ ପରାଗ ଦେଖାଯିବ ବୋଲି ସୂଚନା ରହିଛି।

ପୂର୍ବାହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ ଦିନ ୨ଟା ୨୦ରେ ଶେଷ ହେବ ସୂର୍ଯ୍ୟୋପରାଗ । ମଧ୍ୟାହ୍ଣ ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଘଟିତ ହେବ।  ଓଡ଼ିଶାରେ ମଧ୍ୟ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଭିନ୍ନ ରହିବ। ଭୁବନେଶ୍ବରରେ ଏହା ପୂର୍ବାହ୍ନ ୧୦ଟା ୩୮ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହେବ। ସର୍ବାଧିକ ସଂଘଟିତ ସମୟ ରହିଛି ୧୨ଟା ୨୬ ମିନିଟ। ଏ ସମୟରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୫ ପ୍ରତିଶତ ଘୋଡ଼ାଇ ଦେବ।  ତେବେ ଚାଲନ୍ତୁ ଜାଣିବା ଏହି ସୂର୍ଯ୍ୟୋପରାଗ ସମୟରେ କ’ଣ ସବୁ କରିବା ନାହିଁ। ଏହି ସବୁ ବାରଣ ଆମର ଲୋକାଚାରରେ ରହିଆସିଛି। ତେଣୁ ଅନେକ ଏହାକୁ ପରମ୍ପରାଗତ ଭାବେ ମାନି ଥିବା ବେଳେ ଅନେକ ଏହାର ବୈଜ୍ଞାନିକ ଅଧାର ନାହିଁ ବୋଲି ମତ ଦିଅନ୍ତି।  ନିମ୍ନରେ ଦିଆଯାଇଥିବା ବାରଣ ସମୂହ ବୈଜ୍ଞାନିକ ତଥ୍ୟ ଆଧାରିତ ନୁହେଁ, ଏହା ଲୋକାଚାର ଭାବେ ପରମ୍ପରାରେ ରହିଆସିଛି। 

: ପରାଗ ସମୟରେ କୌଣସି ପ୍ରକାରର ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।

: ଏହି ସମୟରେ କୌଣସି ନୂଆ କିମ୍ବା ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

: ଘର ନିର୍ମାଣ କିମ୍ବା ଯାନବାହନ କିଣା ଆଦି କାର୍ଯ୍ୟର ଯୋଜନା ବି କରନ୍ତୁ ନାହିଁ ଏହି ସମୟରେ।

: ପରାଗ କାଳରେ ଛୁଞ୍ଚି, ଛୁରୀ, କଇଁଚି ପରି କୌଣସି ପ୍ରକାରର ଧାରୁଆ ଅସ୍ତ୍ର ବ୍ୟବହାର କରିବାକୁ ବାରଣ କରାଯାଇଛି।

aaj tak

: ଏହି ସମୟରେ ପୂଜାପାଠ କରିବାକୁ ବି ବାରଣ ରହିଛି।

: ପରାଗ ସମୟରେ ଗଛ ଡାଳ ଭାଙ୍ଗନ୍ତୁ ନାହିଁ କି କୌଣସି ଗଛ ବି ପୋତନ୍ତୁ ନାହିଁ।

: କେଶ ବିନ୍ୟାଶ, ନଖ କଟା କିମ୍ବା ଦାନ୍ତ ଘସିବା ପରି କାର୍ଯ୍ୟ ଏହି ସମୟରେ କରନ୍ତୁ ନାହିଁ।

: ଗର୍ଭବତୀ ମହିଳାମାନେ ଏହି ସମୟରେ ବେଶି ସତର୍କ ରୁହନ୍ତୁ। ଏହି ସମୟରେ ବାହାରକୁ ଆଦୌ ବି ବାହରନ୍ତୁ ନାହିଁ।

: ପରାଗ ସମୟରେ ଗର୍ଭବତୀମାନେ କୌଣସି ଧାତୁ ନିର୍ମିତ ଅଳଙ୍କାର ନପିନ୍ଧିଲେ ଭଲ।

: ପରାଗ ଛାଡ଼ିବା ପରେ ମଧ୍ୟ ପୂରା କାଲି ଦିନରେ ଆମୀଷ ଭକ୍ଷଣ ନକଲେ ଭଲ।

ସମ୍ବନ୍ଧିତ ଖବର