ଲୋକସଭା ବାଚସ୍ପତିଙ୍କ ଦ୍ବାରା ଗଠିତ କମିଟିରେ ସ୍ଥାନ ପାଇଲେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ପାତ୍ର

ଭୁବନେଶ୍ବର : ଲୋକସେବା ବାଚସ୍ପତି ତଥା ଅଖିଳ ଭାରତ ବାଚସ୍ପତି ସମ୍ମିଳନୀ ଅଧ୍ୟକ୍ଷ ଓମ୍ ବିର୍ଲା ଦେଶର ୭ଟି ବିଧାନସଭା ବାଚସ୍ପତିମାନଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଅନ୍ୟତମ ସଦସ୍ୟଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ଥାନ ପାଇଛନ୍ତି। ବିଧାନସଭାଗୁଡ଼ିକର କାର୍ଯ୍ୟ ପରିଚାଳନାରେ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ଏହି କମିଟି ମୂଲ୍ୟାୟନ କରିବ। ଇ-ବିଧାନ ବ୍ୟବସ୍ଥାର ଉନ୍ନତି ପାଇଁ ଆଗାମୀ ଦିନରେ କଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ମଧ୍ୟ କମିଟି ପ୍ରସ୍ତାବ ଦେବ। ଓଡ଼ିଶା ବ୍ୟତୀତ ଆସାମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପୁଡୁଚେରୀ ବିଧାନସଭାର ବାଚସ୍ପତିମାନେ ମଧ୍ୟ ଏହାର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର