ଦିଗପହଣ୍ତି ବିଧାନସଭା କ୍ଷେତ୍ର: ସୂର୍ଯ୍ୟଙ୍କ ତେଜ ବଢ଼ିବ ନା କମିବ?

ବ୍ରହ୍ମପୁର(ପ୍ରଦୀପ କୁମାର ସାହୁ): ସୀମା ନିର୍ଧାରଣ ପରେ ୨୦୦୯ରୁ ପୁନର୍ଗଠିତ ଦିଗପହଣ୍ତି ବିଧାନସଭା କ୍ଷେତ୍ର ବିଜେଡି ଦଖଲରେ ରହି ଆସିଛି। ଏଠାରୁ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିନିଧିତ୍ବ କରୁଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଗପହଣ୍ତି ନିର୍ବାଚନ ମଣ୍ତଳୀରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଲାଣି। ସୂର୍ଯ୍ୟ ଏହି ନିର୍ବାଚନମଣ୍ଡଳୀରୁ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି। ତେବେ କିଏ ତାଙ୍କୁ ଟକ୍କର ଦେବ େସ ଚିତ୍ର ଏବେ ବି ସ୍ପଷ୍ଟ େହାଇନାହିଁ। ଦିଗପହଣ୍ତି ବ୍ଲକ, ଦିଗପହଣ୍ତି ଏନ୍‌ଏସି, କୁକୁଡାଖଣ୍ତି ବ୍ଲକର ୧୬ ପଞ୍ଚାୟତ( ରୋହିଗାଁ, ବଉଳଝୋଳି, କୁକୁଡାଖଣ୍ତି, ମସିଆଖାଲି, ଜଗଦଳପୁର, ଆଙ୍କୁଶପୁର, ଦକ୍ଷିଣପୁର, ବାଲିପଡା, ଡେଙ୍ଗାପଦର, ବନ୍ଥପଲ୍ଲୀ, ଅନ୍ତେଇ, ଲାଠି, ମହୁଡା, କଙ୍କିଆ, ସିହଳା ଓ ବାଘଲଟି)କୁ ନେଇ ଏହି ନିର୍ବାଚନମଣ୍ତଳୀ ଗଠିତ। ପୂର୍ବରୁ ଦିଗପହଣ୍ତି ବ୍ଲକ ମୋହନା ନିର୍ବାଚନ ମଣ୍ତଳୀରେ ଥିଲା। କୁକୁଡାଖଣ୍ତି ବ୍ଲକର କିଛି ପଞ୍ଚାୟତ ଗୋପାଳପୁର ଏବ˚ କିଛି ପଞ୍ଚାୟତ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ରହିଥିଲା। ବର୍ତ୍ତମାନ ଏହି ବ୍ଲକର ୧୬ଟି ପଞ୍ଚାୟତ ଦିଗପହଣ୍ଡି ଏବଂ ୫ଟି ପଞ୍ଚାୟତ ଗୋପାଳପୁର ବିଧାନସଭା କ୍ଷେତ୍ରରେ ରହିଛି। ମୋହନା ନିର୍ବାଚନମଣ୍ତଳୀରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ ରୁ ୨୦୦୯ ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରି ୪ ଥର ବିଧାୟକ ହୋଇଥିଲେ। ସୀମା ନିର୍ଧାରଣରେ ମୋହନା ବିଧାନସଭା ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସ˚ରକ୍ଷିତ ହେବା ପରେ ସୂର୍ଯ୍ୟ ୨୦୦୯ରେ ଦିଗପହଣ୍ତି ନିର୍ବାଚନମଣ୍ତଳୀରୁ ଲଢିଥିଲେ। ସେଥର କ˚ଗ୍ରେସରୁ ଭି. ରବିନାରାୟଣ ରାଜୁ, ବିଜେପିରୁ ଶ୍ରୀଧର ଦେବ ପ୍ରାର୍ଥୀ ହୋଇଥିଲେ। ସୂର୍ଯ୍ୟ ୬୫, ୨୧୯ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦ୍ବୀ କ˚ଗ୍ରେସ ପ୍ରାର୍ଥୀ ରାଜୁ ୩୨୪୫୫ ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ୪୧୧୯ ଭୋଟ ସହ ତୃତୀୟ ସ୍ଥାନରେ ରହିଥିଲା।

୨୦୧୪ ନିର୍ବାଚନରେ ଏହି ନିର୍ବାଚନମଣ୍ତଳୀରୁ ସୂର୍ଯ୍ୟ ପୁଣି ବିଜୟୀ ହୋଇଥିଲେ। ଉକ୍ତ ନିର୍ବାଚନରେ ସମୁଦାୟ ୭ଜଣ ପ୍ରାର୍ଥୀ ରହିଥିଲେ। ସୂର୍ଯ୍ୟ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ହେଁ ଆରମ୍ଭରୁ ତାଙ୍କୁ ମନ୍ତ୍ରୀ ପଦ ମିଳି ନ ଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ନବୀନଙ୍କ କ୍ୟାବିେନଟକୁ ସୂର୍ଯ୍ୟ େଫରିଥିଲେ। ଅଦ୍ୟାବଧି ଉକ୍ତ ନିର୍ବାଚନ ମଣ୍ତଳୀରେ ପାନୀୟ ଜଳ ସମସ୍ୟା ଶତ ପ୍ରତିଶତ ଦୂର େହାଇପାରିନାହିଁ। ଆଦିବାସୀ ଅଞ୍ଚଳରେ ଅେନକ ବିକାଶମୂଳକ କାର୍ଯ୍ୟ ଅପେକ୍ଷା କରୁଛି। ଚଳିତ ବର୍ଷ ଖୋଦ୍‌ ମନ୍ତ୍ରୀଙ୍କ ଅଞ୍ଚଳରେ ଧାନ କିଣାରେ ଅବ୍ୟବସ୍ଥା ତାଙ୍କୁ ବିବାଦକୁ ଆଣିଛି। କେବଳ ସେତିକି ନୁହେଁ, ଚିଟ୍‌ଫଣ୍ତରେ ମନ୍ତ୍ରୀଙ୍କ ପୁଅଙ୍କ ନାମ ଉଠିବା ପରେ ବିେରାଧୀ ଏହାକୁ ପ୍ରସଙ୍ଗ କରିଛନ୍ତି। ଏସବୁ ସତ୍ତ୍ବେ ଦିଗପହଣ୍ତିରେ ବିରୋଧୀ କ˚ଗ୍ରେସ ଓ ବିେଜପିର େନତୃତ୍ବ େବଶ୍ ପ୍ରଭାବୀ ନାହାନ୍ତି, ଏକଥା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ଦିଗପହଣ୍ତି ନିର୍ବାଚନ ମଣ୍ତଳୀରେ ସମୁଦାୟ ୫ଟି ଜିଲ୍ଲା ପରିଷଦ ଜୋନ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ୪ଟି ବିଜେଡି ଓ ଗୋଟିଏ କ˚ଗ୍ରେସ ଦଖଲ କରିଛି। ଏଥର ମଧ୍ୟ ଦିଗପହଣ୍ତି ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟ୍ ପାଇଁ ସୂର୍ଯ୍ୟ ନାରାୟଣ ପାତ୍ର ଏକମାତ୍ର ଦାବିଦାର ରହିଛନ୍ତି। ଅନ୍ୟପକ୍ଷରେ କ˚ଗ୍ରେସରୁ ସାକା ସୁଜିତ କୁମାର, ପ୍ରଫୁଲ ପଣ୍ତା ଓ ଶ୍ରୀଧର ଦେବ ଆଶାୟୀ ଥିବା ଜଣାପଡିଛି। ଏହି ନିର୍ବାଚନ ମଣ୍ତଳୀରେ ଗତ ଦୁଇଟି ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପିରୁ ଏଥର ଉତ୍ତମ ପାଣିଗ୍ରାହୀ, ମହନ୍ତ ଚିନ୍ମୟ ମହାରାଜ, ଶ୍ରୀକାନ୍ତ ପାଢୀ ଓ ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ଆଶାୟୀ ରହିଛନ୍ତି।

ସମ୍ବନ୍ଧିତ ଖବର