ବିଜେଡିରୁ ଇସ୍ତଫା ଦେଲେ ସୁଷମା ବିଶ୍ବାଳ

ବାଲେଶ୍ବର : ମାସେ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ ନେତ୍ରୀ ସୁଷମାରାଣୀ ବିଶ୍ବାଳ। ତେବେ ଆଜି ବାଲେଶ୍ବରର ଏକ ହୋଟେଲ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ଶ୍ରୀମତୀ ବିଶ୍ବାଳ ନିଜ ପ୍ରତିକ୍ରିୟାରେ ବିଜେଡି ଉପରେ ନିଜର ‌େକ୍ଷାଭ ପ୍ରକାଶ କରି କହିଥିଲେ, ଚଳିତ ନିର୍ବାଚନରେ ନୀଳଗିରିରୁ ଜଣେ ମହିଳାନେତ୍ରୀଙ୍କୁ ପ୍ରାର୍ଥୀ କରାଯିବାକୁ କହି ତାଙ୍କୁ ଦଳକୁ ନିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟିକଟ ପ୍ରଦାନ କରାଯାଇଥିଲା। ଏହା କେବଳ ତାଙ୍କ ପ୍ରତି ନୁହେଁ, ବରଂ ବାଲେଶ୍ବର ଜିଲ୍ଲାର ନାରୀମାନଙ୍କ ପ୍ରତି ବିଶ୍ବାସଘାତକତା। ବିଜେଡି ତା’ର ପ୍ରତିଶ୍ରୁତି ପୂରଣ କରିନଥିବାରୁ ସେ ଦଳ ଛାଡ଼ିବା ନେଇ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର