ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତିଙ୍କୁ ରାଜ୍ୟ ସରକାର ସୂଚନା କମିସନର୍ ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମହାନ୍ତି ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇ ଗତବର୍ଷ ଚାକିରିରୁ ଅବସର ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟ ସୂଚନା କମିସନ୍ର ନିୟମ ଅନୁଯାୟୀ ମୁଖ୍ୟ ସୂଚନା କମିସନର୍ଙ୍କ ବାଦ୍ ୧୦ ଜଣ ସୂଚନା କମିସନର୍ ରହିପାରିବେ। ବର୍ତ୍ତମାନ ମୁଖ୍ୟ ସୂଚନା କମିସନର୍ ଜଳଦ କୁମାର ତ୍ରିପାଠୀଙ୍କ ବାଦ୍ ଆଉ ୪ ଜଣ ସୂଚନା କମିସନର୍ କାର୍ଯ୍ୟରତ ଅଛନ୍ତି। ସେମାନେ ହେଲେ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି, ଦିଲ୍ଲୀପ କୁମାର ବିଶୋୟୀ ଓ ସଞ୍ଜୟ କେଶରୀ ସ୍ବାଇଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/surendra.jpg)