ସୁଶାନ୍ତ, ସୁଶୀଲ ଧଳସାମନ୍ତଙ୍କ ଜାମିନ ଖାରଜ

କଟକ : ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କ ତିନୋଟି ନିୟମିତ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଗୁରୁବାର ଦିନ ରାୟ ପ୍ରକାଶ ପାଇଛି।

୨୦୦୯ ନୂଆବଜାର ଡବଲ୍‌ ମର୍ଡର୍‌ ଘଟଣାରେ ସୁଶାନ୍ତ ଧଳସାମନ୍ତର ଜାମିନ ଆବେଦନ ଖାରଜ ହୋଇଛି। ସେହିଭଳି ଭାବେ ମର୍କତନଗର ଥାନାରେ ୨୦୧୬ରେ ଦାଦାବଟି ଘଟଣାକୁ ନେଇ ହୋଇଥିବା ଅଭିଯୋଗ ସହିତ ଚାଉଳିଆଗଞ୍ଜ ଥାନାରେ ଟେଣ୍ଡର ଫିକ୍ସିଂ, ଦାଦାବଟି, ଷଡ୍‌ଯନ୍ତ୍ର, ବେଆଇନ ଅସ୍ତ୍ରଶସ୍ତ୍ର କାରବାରକୁ ନେଇ ରୁଜୁ ମାମଲାରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଜାମିନ ଖାରଜ ହୋଇଛି। ଏହି ସବୁ ମାମଲାରେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଧଳସାମନ୍ତ ଦୁଇ ଭାଇ ୨୦୨୧ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ତରଫରୁ ଏଏସ୍‌ସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର