ଭଦ୍ରକରେ ‘ମୋ ସ୍କୁଲ୍‌ ଅଭିଯାନ’ର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ

ଭଦ୍ରକ: ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ଭଦ୍ରକ ଜିଲ୍ଲା ଗସ୍ତ କରି କେତୋଟି ସ୍କୁଲ ପରିଦର୍ଶନ କରିବା ସହ ଅପରାହ୍‌ଣରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଦୁଇଟି ବୈଠକରେ ଯୋଗ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ପ୍ରଥମେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୋ ସ୍କୁଲ ଅଭିଯାନରେ ଭଦ୍ରକ ଜିଲ୍ଲାର ବ୍ଲକ ଅନୁଯାୟୀ ସ୍ଥିତି, ପ୍ରଗତି, ସମସ୍ୟା, ଧାର୍ଯ୍ୟ ଲକ୍ଷ୍ୟ ଅାଦି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା।

ଶ୍ରୀମତୀ ବାଗ୍‌ଚୀଙ୍କ ସହ ମୋ ସ୍କୁଲ ଅଭିଯାନର ମୁଖ୍ୟ ସହଯୋଗୀ ଅଧିକାରୀ ଅମରଜିତ୍ ଜେନା ମଧ୍ୟ ବୈଠକରେ ଯୋଗ ଦେଇ ପ୍ରତି ବ୍ଲକର କାର୍ଯ୍ୟଧାରା ନେଇ ଅାଲୋଚନା କରିଥିଲେ। ବୈଠକରେ ପ୍ରଦତ୍ତ ସୂଚନା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୧,୩୩୮ଟି ପ୍ରାଥମିକ ଓ ୩୧୨ଟି ହାଇସ୍କୁଲ ମଧ୍ୟରୁ ୧,୦୨୨ ଟି ପ୍ରାଥମିକ ଓ ୨୯୪ଟି ହାଇସ୍କୁଲ ଅର୍ଥାତ୍ ୭୬% ମୋ ସ୍କୁଲ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇସାରିଛି। ୩୧୬ଟି ପ୍ରାଥମିକ ଓ ୧୮ଟି ହାଇସ୍କୁଲ ବାକି ଅଛି। ଯାହାକୁ ଅାଗାମୀ ମଇ ଶେଷ ସୁଦ୍ଧା ପରିସରଭୁକ୍ତ କରାଯିବାକୁ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ସମୟ ଧାର୍ଯ୍ୟ କରିଥିଲେ।

ଏଥିରେ ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକ ୧୦୦% ହାସଲ କରିସାରିଥିଲା ବେଳେ ତିହିଡ଼ି ସର୍ବନିମ୍ନ ୨୪% ପୂରଣ କରିପାରିଛି। ମୋ ସ୍କୁଲ ଅଭିଯାନରେ ପ୍ରାଥମିକ ସ୍କୁଲ ବାସୁଦେବପୁରର ୨୩୪ରୁ ୨୩୪ ଭଦ୍ରକରୁ ୨୩୧ରୁ ୧୭୪, ଭଣ୍ଡାରିପୋଖରୀ ୧୧୮ ରୁ ୧୧୮, ବନ୍ତର ୧୪୭ ରୁ ୧୩୯, ଚାନ୍ଦବାଲି ୨୨୭ ରୁ ୧୨୯, ଧାମନଗର ୧୮୮ ରୁ ୧୮୧ ତିହିଡ଼ିର ୧୯୩ ରୁ ୪୭ଟି ଏବଂ ହାଇସ୍କୁଲ କ୍ଷେତ୍ରରେ ବାସୁଦେବପୁର ୫୧ ରୁ ୫୦, ଭଦ୍ରକର ୫୪ ରୁ ୫୨, ଭଣ୍ଡାରିପୋଖରୀର ୩୪ରୁ ୩୪, ବ ନ୍ତର ୪୩ ରୁ ୪୨, ଚାନ୍ଦବାଲିର ୪୦ରୁ ୩୭, ଧାମନଗର ୫୪ ରୁ ୫୨, ତିହିଡ଼ି ୩୬ରୁ ୨୭ଟି ଅନ୍ତର୍ଭୁକ୍ତ ହୋଇଛି। ସମସ୍ତ ବିଇଓ, ମୋ ସ୍କୁଲ ଅଭିଯାନର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅନ୍ୟ ସଂପୃକ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ। ଏଡ଼ିଇଓ. ଦୀପକ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମୋ ସ୍କୁଲ ଅଭିଯାନରେ ସ୍କୁଲ ପାଇଁ ଅବଦାନ ରଖିଥିବା କେତେ ଜଣ ଆଲୁମିନିମାନଙ୍କୁ ନେଇ ବୈଠକ ଆରମ୍ଭ କରାଯାଇଥିଲା। ଜିଲ୍ଲାପାଳ ତ୍ରିଲୋଚନ ମାଝୀ ବୈଠକରେ ଯୋଗ ଦେଇଥିଲେ। ମୋ ସ୍କୁଲ ଅଭିଯାନରେ ବିଭିନ୍ନ ସ୍କୁଲପ୍ରତି ପୁରାତନ ବିଦ୍ୟାର୍ଥୀ ମାନଙ୍କର ଅବଦାନ, ନିର୍ମାଣ କାର୍ଯ୍ୟ, ଜାଗା ସମସ୍ୟା, ନୂଆ ପ୍ରକଳ୍ପ ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର