ସମ୍ବଲପୁର: କରୋନା ଭାଇରସ ସନ୍ଦେହରେ ଗତକାଲି ଜଣେ ଯୁବକଙ୍କୁ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ହସ୍ପିଟାଲ୍ (ଭିମସାର)ରେ ସ୍ଥାପନ କରାଯାଇଥିବା କରୋନା ଭାଇରସ୍ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ରକ୍ତ ଓ ସ୍ୱାବର ନମୁନା ନଗେଟିଭ୍ ଆସିଥିବା ଭିମ୍ସାରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ରହୁଥିବା ଯୁବକ କିଛିଦିନ ପୂର୍ବରୁ ଦକ୍ଷିଣ କୋରିଆରୁ ଓଡ଼ିଶା ଫେରିଥିଲେ। ସେଠାରୁ ଫେରିବା ପରେ ତାଙ୍କୁ ଜ୍ୱର, ଥଣ୍ଡା ଓ କାଶ ଲାଗି ରହିଥିଲା। ତେଣୁ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ଗାଡ଼ିରେ ବୁର୍ଲା ବଡ଼ଡାକ୍ତରଖାନା ଅଣାଯାଇ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।
ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୨ ହଜାର ୭୦୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହି ମାରାତ୍ମକ ଭାଇରସରେ ୮୦ ହଜାର ୩୫୨ଜଣ ଲୋକ ସଂକ୍ରମିତ ଅଛନ୍ତି। ଚୀନରେ ସର୍ବାଧିକ ୨୬୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ କୋରିଆରେ ୧୧ ଜଣ ଲୋକ ଜୀବନ ହରାଇଛନ୍ତି। ସେହିପରି ଇରାନରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/download-42.jpg)