ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧ ଅଟକ, ସୂଚନା ଦେଲେ ପୁରୀ ଏସପି

ଭୁବନେଶ୍ବର : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧକୁ ଅଟକ ରଖିଛି ପୁରୀ ପୁଲିସ । ସିସିଟିଭି ଫୁଟେଜକୁ ଆଧାର କରି ସଂପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରାଯିବା ପରେ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ସଂପୃକ୍ତ ବ୍ୟକ୍ତିକୁ ପୁରୀ-ଖୋର୍ଦ୍ଧା ସୀମାରୁ ଧରାପଡ଼ିଥିବା ସୂଚନା ମିଳିଛି ।

ଗତ ରବିବାର ରାତିରେ ଶ୍ରୀମନ୍ଦିର ରୋଷଘରର ଚୁଲା ଭଙ୍ଗାଯାଇଥିଲା । କେହି ଦୁର୍ବୃତ୍ତ ଶାବଳରେ ରୋଷଘରର ୪୩ଟି ଚୁଲିକୁ ଭାଙ୍ଗି ଦେଇଥିଲା। ଦୁର୍ବୃତ୍ତମାନେ କୋଠଭୋଗ, ଅହିରା, ପିଠାଆଡ଼, ସାତପୁରୀ ଚୁଲିକୁ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଯାଇଥିଲା । ବିରୋଧୀ ଦଳମାନେ ଏହାକୁ ନିନ୍ଦା କରିବା ସହ ସରକାରଙ୍କୁ ଘେରିଛନ୍ତି ।

ସମ୍ବନ୍ଧିତ ଖବର