ବରଗଡ଼: ବରଗଡ଼ ସହରରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସ୍ଥାନୀୟ ନିଗମାନନ୍ଦ ବିହାର ଗଳି ନମ୍ବର-୮ରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସମ୍ଭବତଃ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ମୃତ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ଦୁର୍ଗାପୁର ନିବାସୀ ନିଳାନ୍ଦ୍ରୀ ବୋଷ।
ସେ ସ୍ଥାନୀୟ ଶୋଭନାଥ ସାହୁଙ୍କ ଘରେ ୨୦୧୮ ମସିହାରୁ ଭଡ଼ାରେ ରହୁଥିଲେ। ତାଙ୍କ ପାଖରେ ପରିବାରବର୍ଗ ରହୁନଥିଲେ। ଗତ ୨ ତାରିଖ ସେ ପରିବାର ଲୋକଙ୍କୁ ଗଁାରେ ଛାଡ଼ି ଏଠାକୁ ଚାଲି ଆସିଥିଲେ। ଘରେ ରହି କଂପାନି କାମ କରୁଥିଲେ। ତେବେ କିଛି ଦିନ ହେଲା ସେ ଘରୁ ବାହାରି ନଥିଲେ। ଘର ଭିତରୁ ଉତ୍କଟ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକ ଶୋଭନାଥ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଉପସ୍ଥିତିରେ ଘର କବାଟ ଖୋଲା ଯାଇଥିଲା। ଘର ଭିତରୁ ନିଳାନ୍ଦ୍ରୀଙ୍କ ଶବ ଜବତ ହୋଇଥିଲା। ତାଙ୍କ ମୃତ୍ୟୁ କେଉଁ କାରଣରୁ ଘଟିଥିଲା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ମାମଲାର ଖୋଳତାଡ଼ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat.jpg)