ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ପୁକୁଡ଼ା- ଗଏଲମୁଣ୍ଡି ରାସ୍ତା ପୁରୁଣା ହାଟପଦା ଭଙ୍ଗାମୁଣ୍ଡା କଟା ନିକଟ ବ୍ରିଜ ତଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଉଦ୍ଧାର ହୋଇଛି। ଶବର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଛି। ପାରିପାର୍ଶ୍ବିକ ସ୍ଥିତି ଅନୁଯାୟୀ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି।
ସୂଚନା ଯୋଗ୍ୟ, ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ପଞ୍ଚାୟ ପୁକୁଡ଼ା-ଗଏଲମୁଣ୍ଡି ରାସ୍ତା ପୁରୁଣା ହାଟପଦା ଭଙ୍ଗାମୁଣ୍ଡା କଟା ନିକଟ ବ୍ରିଜ ତଳେ ଗୁରୁବାର ସକାଳେ ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କଲା ପରେ ଶବ ଉଦ୍ଧାର କରାଯାଇଥିଲା। ପରେ ବୁର୍ଲାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୁଲିସ ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରୁଛି। ଅନ୍ୟ କୌଣସି ସ୍ଥାନରେ ଅଜଣା ବ୍ୟକ୍ତିଙ୍କ ଶବ ପୋଡ଼ି ଦିଆ ଯିବା ପରେ ଉକ୍ତ ବ୍ରିଜ ତଳେ ଫିଙ୍ଗି ଚାଲି ଯାଇଥିବା ସନ୍ଦେହ କରାଯାଉଛି। ଅର୍ଦ୍ଧଦଗ୍ଧ ଗଳିତ ଶବ ପଡ଼ିଥିବା ସ୍ଥଳରେ ନିଆଁ ଲଗା ଯାଇଥିବା ଭଳି କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳିନାହିଁ।
/sambad/media/post_attachments/wp-content/uploads/2021/05/dddddffff.jpg)
ଉକ୍ତ ସ୍ଥାନରେ କେବଳ ଦୁଇଟି ପ୍ଲାଷ୍ଟିକ ବୋତଲ, ବସ୍ତା ଏବଂ ମାଠିଆ ପଡ଼ିଥିବା ଦେଖାଯାଇଛି। ହତ୍ୟା ପରେ ଅନ୍ୟ କୌଣସି ସ୍ଥାନରେ ନିଆଁରେ ପୋଡ଼ି ଦେବା ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବସ୍ତାରେ ପୂରାଇ ଉକ୍ତ ବ୍ରିଜ ତଳେ ଫିଙ୍ଗି ଦିଆ ଯାଇଥିବା ଅନୁମାନ କରାଯାଉଛି। ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ସହିତ ଏସଓ ବିଜୟଲକ୍ଷ୍ମୀ ତିର୍କୀ ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଗୋପୀନାଥ ଖାଖା ଘଟଣାସ୍ଥଳକୁ ପହଞ୍ଚିବା ପରେ ଗଳିତ ଶବ ଉଦ୍ଧାର ହୋଇଥିଲା। ପ୍ରାୟ ୫/୬ ଦିନ ତଳେ ଏହି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ଫାଶୀମାଲ ସରପଞ୍ଚ ସୁଶାନ୍ତ କୁମୁରାଙ୍କ ରିପୋର୍ଟ ଆଧାରରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏସଆଇ ରଶ୍ମିତା ସେଠୀ ଏହି ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dddd.jpg)