ଭୁବନେଶ୍ୱର: ରାଜ୍ୟ ରାଜଧାନୀର ପାୱାର କରିଡ଼ରରେ ହଲଚଲ ଦେଖାଯାଇଛି। ପୁଲିସ୍ ବାହିନୀର ସର୍ବୋଚ୍ଚସ୍ତରରେ ଏତେ ଅଚାନକ୍ ଡିଜି ବଦଳିର ଖବର ଆସିଲା, ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଜଣାପଡ଼ିଲା ଯେ, ପୁଲିସ୍ ଡିଜି ବିଜୟ କୁମାର ଶର୍ମାଙ୍କୁ ସରକାର ପଦରୁ ହଟାଇଦେଇଛନ୍ତି।ତେବେ କାହିଁକି ହଠାତ୍ ଏଭଳି ଘଟଣା ଘଟିଲା। ଦୁଇ ଦିନ ପୂର୍ବରୁ ଏମିତି କିଛି ଆଭାସ ମିଳୁଥିଲା। ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ଦେବା ନେଇ ଡିଜିଙ୍କ କାର୍ଯ୍ୟାଳୟ ସନ୍ଦେହ ଘେରକୁ ଆସିଥିଲା।
ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଉତ୍କଳ କନିକା ଗାଲେରିଆ ମଲ୍। ରାଜଧାନୀ ଛାତି ଉପରେ ନୂଆ କରି ଠିଆ ହୋଇଥିବା ଏହି ମଲ୍, ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯଦିଓ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି, ତେବେ ଆଲୋଚନା ହେଉଛି, ଅପ୍ରତ୍ୟାଶିତ ଭାବେ ରାତାରାତି ପୁଲିସ ଡିଜି ବଦଳିବା କାହାଣୀ ସହ ଯୋଡି ହୋଇ ରହିଛି ଏହି ମଲ୍। କୁହାଯାଉଛି ଏହି ମଲକୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବା ପାଇଁ ସମସ୍ତ ସର୍ତ ପୂରଣ ହୋଇଥିଲା କିନ୍ତୁ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ମିଳୁନଥିଲା। ଅଭିଯୋଗ ଅନୁସାରେ ଡିଜି ପୁଲିସ ତଥା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କ ନିକଟରେ ଅଟକି ରହିଥିଲା ଫାଇଲ୍।
/sambad/media/post_attachments/wp-content/uploads/2019/08/BK-Sharma-2-750x430-2.png)
ଏହି ଘଟଣା ପରେ ଡିଜିଙ୍କ ଅଫିସ ସନ୍ଦେହ ଘେରକୁ ଆସିଥିଲା ବୋଲି ଅଭିଯୋଗ ଉଠିଥିଲା। ଗତ ଅଗଷ୍ଟ ମାସ ୭ ତାରିଖରେ ଅଗ୍ନିଶମ ଅଧିକାରୀ ଦେଇଥିବା ରିପୋର୍ଟରେ ଥିବା ଆବଶ୍ୟକୀୟ ୪୯ଟି ଶ୍ରେଣୀରେ କୌଣସି ପ୍ରକାର ବିଚ୍ୟୁତି କିମ୍ବା ଅନିୟମିତତା ନଥିବା ଦର୍ଶାଯାଇଥିଲା। ଅଗ୍ନି ସୁରକ୍ଷା ଯାଞ୍ଚ ରିପୋର୍ଟରେ ସୁପାରିଶ କରାଯାଇଥିଲା, ମଲର ତଳ ବେସମେଂଟ, ଉପର ବେସମେଂଟ, ତଳ ମହଲା, ତୃତୀୟ ମହଲାକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦିଆଯାଉ। ଏଥିରେ ଷ୍ଟେସନ୍ ଫାୟାର ଅଫିସର, ଆସିଷ୍ଟାଂଟ ଫାୟାର ଅଫିସର ଏବଂ ଭୁବନେଶ୍ୱର ସର୍କଲର ଡେପୁଟି ଫାୟାର ଅଫିସରଙ୍କ ସ୍ୱାକ୍ଷର ରହିଥିଲା।
କିନ୍ତୁ ତା’ପରେ ବି ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେବା ପାଇଁ ଫାଇଲ୍ ଆଗକୁ ବୁନଥିଲା। ଏଥି ସହ ପୁଲିସ ପକ୍ଷରୁ ମଲକୁ ବି ସିଲ୍ କରି ଦିଆଗଲା। ଏହି ଅଭିଯୋଗ ଉଠିବା ପରେ ୧୯ ତାରିଖରେ ଏକ ନାଟକୀୟ ଘଟଣାକ୍ରମରେ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେବା ଅଧିକାରୀ ଡିଜି ଅଫିସରୁ କାଢ଼ି ନିଆଗଲା ଏବଂ କ୍ଷେତ୍ରୀୟ ଅଗ୍ନିଶମ ଅଧିକାରୀମାନେ ଏହି ପ୍ରମାଣ ପତ୍ର ଦେଇପାରିବେ ବୋଲି କ୍ଷମତା ଦିଆଗଲା । ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବା ପରେ ରାଜଧାନୀର ପାୱାର କରିଡରରେ ଡିଜିଙ୍କ ଅଫିସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା ଏବଂ ଠିକ୍ ତା’ପର ଦିନ ଅର୍ଥାତ ୨୦ ତାରିଖରେ ଡିଜିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଆସିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/bk-sharma.jpg)