ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା : ନିଲମ୍ବିତ କନେଷ୍ଟବଳ ଥାନାରୁ ଚମ୍ପଟ

କେନ୍ଦୁଝର/ଆନନ୍ଦପୁର : ଲାଞ୍ଚ ନେବା ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହୋଇଥିଲେ ରାମଚନ୍ଦ୍ରପୁର ଥାନାର ପୁଲିସ କନେଷ୍ଟବଳ ଗୋପାଳ ନାୟକ। ଗତକାଲି ସନ୍ଧ୍ୟାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଆଜି ସେ ଥାନାରୁ ଚମ୍ପଟ ମାରିଛନ୍ତି। ତାଙ୍କୁ ଏବେ ୫ ଜଣିଆ ପୁଲିସ ଟିମ୍‌ ଖୋଜୁଛନ୍ତି ବୋଲି କେନ୍ଦୁଝର ଡିଆଇବି ଡିଏସ୍‌ପି ହରିଶ ପ‌ାଣ୍ଡେ ସୂଚନା ଦେଇଛନ୍ତି। ରାମଚନ୍ଦ୍ରପୁର ଥାନାର କନେଷ୍ଟବଲ ଗୋପାଳ ନାୟକ ଗାଡ଼ି ଛାଡ଼ିଦେବା ଲାଗି ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ଦୃଶ୍ୟକୁ କେହି ଭିଡିଓ ରେକର୍ଡିଂ କରି ଏସ୍‌ପିଙ୍କ ପାଖକୁ ପଠାଇ ଦେଇଥିଲେ। ଏହାପରେ ଗତ ୨୯ତାରିଖରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସଂପୃକ୍ତ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିଲେ। ତାଙ୍କୁ ଚମ୍ପୁଆ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦେଶ ଦିଆଯାଇଥିଲା। ପୁଲିସ୍‌ ଗତକାଲି ସନ୍ଧ୍ୟାରେ ଗୋପାଳଙ୍କୁ ଉଠାଇ ନେଇଥିଲା। ମାତ୍ର ସେ ଥାନାରୁ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର