ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକଙ୍କ ବଦଳି ପରେ ମଧ୍ୟ ସେମାନେ ନୂତନ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। କେତେକ କ୍ଷେତ୍ରରେ ସେମାନଙ୍କୁ ରିଲିଭ୍ କରାଯାଉ ନ ଥିବା ବେଳେ ଆଉ କେତେଜଣ ରିଲିଭ୍ ପରେ ବି ଯାଉନାହାନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯେଉଁମାନଙ୍କର ବଦଳି ହୋଇଛି ସେମାନଙ୍କୁ ତୁରନ୍ତ ରିଲିଭ୍ କରିବା ସହ ସପ୍ତାହକ ମଧ୍ୟରେ ନୂତନ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦେଶ ଦିଆଯାଇଛି। ଏଥିସହ ରିଲିଭ୍ ହୋଇ ସାରିଥିବା ପରେ ମଧ୍ୟ ଯେଉଁମାନେ ହେୟଜ୍ଞାନ କରି ନୂତନ କାର୍ଯ୍ୟରେ ଯୋଗଦେଉ ନାହାନ୍ତି ସେମାନଙ୍କ ବିରୋଧକୁ ତାଗିଦ୍ କରାଯାଇଛି। ରିଲିଭ୍ ହେବାର ୭ ଦିନ ମଧ୍ୟରେ ଯେଉଁମାନେ ନୂତନ କାର୍ଯ୍ୟରେ ଯୋଗଦେବେ ନାହିଁ ସେମାନଙ୍କୁ ସସ୍ପେଣ୍ତ କରାଯିବ। ଆଞ୍ଚଳିକ ଶିକ୍ଷା ନିର୍ଦେଶକମାନେ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ଚିଠି ଲେଖି ଜଣାଇଛନ୍ତି।
ବଦଳି ପରେ କାର୍ଯ୍ୟରେ ଯୋଗ ଦେଉନାହାନ୍ତ ଅଧ୍ୟାପକ, ୭ ଦିନରେ ଯୋଗ ନ ଦେଲେ ସସ୍ପେଣ୍ଡ
/sambad/media/post_attachments/wp-content/uploads/2019/07/teacher-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)