ବାରିମୂଳ ସବ୍‌ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା : ବାରିମୂଳ ସବଜେଲ୍‌ରେ ଜଣେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍‌ ବାଲିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା(୫୨)। ପାରବାରିକ ହି˚ସା ମାମଲାକୁ ନେଇ ଗତ ୩୦ତାରିଖରେ ଡେରାବିଶ ପୁଲିସ ତାଙ୍କୁ ଗିରଫ କରିଥିଲା। ମାତ୍ର ଗତକାଲି ରାତି ପ୍ରାୟ ୧୦ଟା ବେଳେ ଜେଲ୍‌ରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ କେନ୍ଦ୍ରାପଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଶ୍ରୀ ବେହେରାଙ୍କ ପାରିବାରିକ ଅଶାନ୍ତ ରହିଥିଲା। ପତି-ପତ୍ନୀଙ୍କ ମଧୢରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଏଭଳି ସ୍ଥିତିରେ ଡିସେମ୍ବର ୨୯ ତାରିଖରେ ସ୍ବାମୀ ତାଙ୍କୁ ମାରପିଟ୍‌ କରିଥିବା ନେଇ ପତ୍ନୀ ରଶ୍ମିତା ବେହେରା(୪୦) ଡେରାବିଶ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀ ଶ୍ରୀ ବେହେରାଙ୍କୁ ଗତ ୩୦ ତାରିଖରେ ଗିରଫ କରି ବାରିମୂଳ ସବଜେଲ୍‌କୁ ପଠାଇ ଦେଇଥିଲା। ହେଲେ ଜେଲ୍‌ରେ ଦୁଇ ଦିନ ରହିବା ପରେ ଗତକାଲି ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଛି।ବାରିମୂଳ ଜେଲ୍‌ ଅଧୀକ୍ଷକ ସର୍ବେଶ୍ବର ସାହୁ କହିଛନ୍ତି ଅଭିଯୁକ୍ତ ଶ୍ରୀ ବେହେରା ଗତକାଲି ରାତି ପ୍ରାୟ ସାଢେ଼ ୯ରୁ ୧୦ଟା ବେଳେ ଶୌଚ ପାଇଁ ଯାଇଥିବା ବେଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ˚ଗେ ସ˚ଗେ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲୁ। ମାତ୍ର ଡାକ୍ତର ତାଙ୍କ ସେଠାରେ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର