ରାଉରକେଲା : ଛେଣ୍ଡ ଏଲ୍ସିଆର୍ ବ୍ଲକସ୍ଥ ଘର ଶିଡ଼ିରୁ ପୂର୍ବତନ ଭିଜିଲାନ୍ସ ଏସ୍ପିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ହେଲେ ବସନ୍ତ କୁମାର ସାହୁ। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ପେଟରେ ଯନ୍ତ୍ରଣା ସହି ନ ପାରି ସେ ଏଭଳି ପଦକ୍ଷେପ ନେଇଥିବା ମଧ୍ୟ କୁହାଯାଉଛି। ଛେଣ୍ଡ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତବାକ ବସନ୍ତ କୁମାର ସାହୁ ପୂର୍ବରୁ ଉଦିତନଗର ଥାନା ଅଧିକାରୀ ଥିଲେ। ପରବର୍ତ୍ତୀ ସମୟରେ ସେ ପଦୋନ୍ନତି ପାଇ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଥିଲେ। ଭିଜିଲାନ୍ସ ଏସ୍ପି ଭାବେ ଚାକିରିରୁ ଅବସର ନେବା ପରେ ଛେଣ୍ଡକଲୋନିସ୍ଥ ନିଜ ଘରେ ରହୁଥିଲେ।