କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ମ˚ଗଳପୁର ଗ୍ରାମର ପବିତ୍ର ପ୍ରଧାନ(୬୪)ଙ୍କ ଗୁଲନଗର ପ˚ଚାୟତ ଦଣ୍ତାମୁଣ୍ତ ଛକସ୍ଥିତ ଘରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ଡାହାଣପଟ କାନ ଓ ବାମପଟ ମୁଣ୍ତରେ ଶକ୍ତ ଆଘାତ ଲାଗିଥିବା ବେଳେ ରକ୍ତସ୍ରାବ ହୋଇଛି। ପରିବାର ଲୋକ ତାଙ୍କର ଏଭଳି ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ବାପାଙ୍କ ମୃତ୍ୟୁ ସନ୍ଦେହଜନକ ଥିବା ଦର୍ଶାଇ ପୁଅ ଉତ୍କଳ କେଶରୀ ପ୍ରଧାନ କେନ୍ଦ୍ରାପଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଗତ ୨୬ତାରିଖରେ ପୁଅ ଶ୍ରୀ ପ୍ରଧାନ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ବାପା ତିନି ଦିନ ହେବ କେନ୍ଦ୍ରାପଡ଼ା ଘରେ ରହୁଥିଲେ। ତଳ ମହଲାରେ ଡେରାବିଶ ବ୍ଲକ୍ର ପୂର୍ବତନ ଅଧୢକ୍ଷ ସରୋଜକାନ୍ତ ସାହୁ ଭଡ଼ାରେ ରହୁଛନ୍ତି। ମାତ୍ର ଗତ ୨୫ତାରିଖ ଶୁକ୍ରବାର ରାତି ୩ଟା ୧୦ରେ ଶ୍ରୀ ସାହୁଙ୍କଠାରୁ ହଠାତ୍ ବାପାଙ୍କ ଦେହ ଗୁରୁତର ଏବ˚ କେନ୍ଦ୍ରାପଡ଼ା ହସ୍ପିଟାଲ୍ରେ ଥିବା ଖବର ପାଇଥିଲୁ। ମାମୁ ଘର ଲୋକଙ୍କୁ ଏ ସ˚କ୍ରାନ୍ତରେ ଜଣାଇବା ପରେ ସେମାନେ ହସ୍ପିଟାଲ୍ ଯାଇଥିଲେ। ଭୁବନେଶ୍ବରରୁ ସେ ଯାଇ ହସ୍ପିଟାଲ୍ରେ ପହଞ୍ଚି ବାପାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ବାପାଙ୍କ ମୁଣ୍ତ ଓ କାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ସହିତ କୌଣସି ଅଘଟଣ ଘଟିଥିବା ଅଭିଯୋଗକାରୀ ପୁଅ ସନ୍ଦେହ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଅନ୍ୟପକ୍ଷରେ ସଦର ଥାନାଧିକାରୀ ପବିତ୍ର ମହାରଣା କହିଛନ୍ତି ଯେ ଘଟଣାଦିନ ମୃତ ଶ୍ରୀ ପ୍ରଧାନ ଉପର ମହଲରେ ଏକୁଟିଆ ଥିବା ବେଳେ ଘରର ଜଣେ କେୟାରଟେକର୍ ବି ଥିଲେ। ତଳ ମହଲାରେ ଶ୍ରୀ ସାହୁ ଥିଲେ। ଉଭୟ ଶ୍ରୀ ସାହୁ ଓ କେୟାରଟେକର୍ ବିଳମ୍ବିତ ରାତିରେ ଶ୍ରୀ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି, ତାହା ବର୍ତ୍ତମାନ କହିହେବ ନାହିଁ। ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଶ୍ରୀ ମହାରଣା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dead-f.jpg)