ନାଉଗାଁ : ଜାମ୍ମୁକାଶ୍ମୀରର ଶ୍ରୀନଗରରେ ଅବସ୍ଥାପିତ ସିଆରପିଏଫର ଜଣେ ଯବାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଯବାନ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତ ଛତିଆନା ଗ୍ରାମର ଭୋଳାନାଥ ମହାନ୍ତିଙ୍କ ବଡପୁଅ ର˚ଜନ ମହାନ୍ତି(୩୭)। ଆଜି ତାଙ୍କ ପରିବାର ଲୋକଙ୍କ ନିକଟକୁ ସେନା ବିଭାଗ କାର୍ଯ୍ୟାଳୟରୁ ଫୋନ୍ ଯୋଗେ ସୂଚନା ଦିଆଯିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ରଂଜନ ପୂର୍ବରୁ ଝାଡ଼ଖଣ୍ତରେ ଡିୟୁଟି କରୁଥିବା ବେଳେ ଗତ ଏକମାସ ପୂର୍ବେ ଛୁଟିରେ ଘରକୁ ଆସିଥିଲେ। ଗତ କିଛିଦିନ ଧରି ସେ ଅସୁସ୍ଥ ଥିବାରୁ ଚାକିରିରୁ ଅବସର ନେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଅବସର ପାଇଁ ଅନୁମତି ମିଳି ନଥିଲା। ତାଙ୍କୁ ଶ୍ରୀନଗର ସ୍ଥାନାନ୍ତର କରାଯିବାର ୧୫ଦିନ ପରେ ମୃତ୍ୟୁ ହେବା ଘଟଣା ସନ୍ଦେହ ସୃଷ୍ଟି କରିଛି। ତାଙ୍କ ମରଶରୀର ଦିଲ୍ଲୀରୁ ଆସି ଗାଁରେ ଆସନ୍ତାକାଲି ପହଞ୍ଚିବ ବୋଲି କୁହାଯାଉଛି। ତାଙ୍କ ପତ୍ନୀ ଓ ୧୦ ବର୍ଷର ଝିଅ ପାରାଦୀପରେ ରହୁଛନ୍ତି।
ଶ୍ରୀନଗରରେ ଓଡ଼ିଆ ସିଆରପିଏଫ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ
/sambad/media/post_attachments/wp-content/uploads/2020/11/crp-jawan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)