ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକ(୬୨)ଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ନିଜ ବାସଭବନ ତଳୁ ଏହା ଉଦ୍ଧାର କରାଯାଇଛି। ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଛି। ସେ ଗତକାଲି ରାତିରେ ଛାତ ଉପରେ ଶୋଇଥିଲେ। ଛାତରୁ ଖସି ପଡ଼ି ମୃତ୍ୟୁ ହେବା କିମ୍ବା ହତ୍ୟା ସନ୍ଦେହ କରାଯାଉଛି। ପୁଲିସ୍ ପହଞ୍ଚି ଏହି ଘଟଣା ତଦନ୍ତ ଚଳାଇଛି।

Advertisment

publive-image

ବିଭୂତି ଭୂଷଣ ଗଡ଼ନାୟକ ବିଜେଡି ନେତା ଥିଲେ। ଗତକାଲି ଶନିବାର ଦିନ ନିଜର ଦଳୀୟ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ବି ହୋଇଥିଲା। ଏହି ଘଟଣାକୁ ନେଇ ହତ୍ୟା କରାଯାଇଥିବା ନେଇ ସ‌ନ୍ଦେହ କରାଯାଉଛି।