କୋଚି˚ ସେଣ୍ଟର୍‌ରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପା

ମାଲିକଙ୍କ ସମେତ ଶିକ୍ଷକ ଫେରାର‌; ମେସ୍‌ ଇନଚାର୍ଜ ଅଟକ

କେନ୍ଦ୍ରାପଡ଼ା : ଘରୋଇ କୋଚି˚ ସେଣ୍ଟର‌୍‌ରେ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା କ˚ସାର ପ˚ଚାୟତ ଫୋରଡ଼ ଗ୍ରାମର ସୁବାସ ମୁଦୁଲିଙ୍କ ପୁଅ ସୁବ୍ରତ ମୁଦୁଲି(୧୭)। ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୁବ୍ରତଙ୍କ ଏଭଳି ଆକସ୍ମିକ ବିୟୋଗକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ପୁଅକୁ କୋଚି˚ ସେଣ୍ଟର‌୍‌ କର୍ତୃପକ୍ଷ ମିଳିମିଶି ହତ୍ୟା କରିଥିବା ନେଇ ବାପା ସଦର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ମେସ୍‌ ପରିଚାଳନା ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ବେଳେ କୋଚି˚ ସେଣ୍ଟର‌୍‌ ମାଲିକଙ୍କ ସମେତ ଶିକ୍ଷକମାନେ ଫେରାର‌୍‌ ହୋଇ ଯାଇଛନ୍ତି।

ମୃତ ସୁବ୍ରତ ଆଏବାସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିଲେ। କିନ୍ତୁ କେନ୍ଦ୍ରାପଡ଼ା କଲେଜ ନିକଟ କଜଳାସ୍ଥିତ କ୍ୟାରିୟର‌୍‌ ପାଵାର‌୍‌ କୋଚି˚ ସେଣ୍ଟର‌୍‌ରେ ରହି ପାଠ ପଢ଼ୁଥିଲେ। ବାପା ସୁବାସଙ୍କ ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ପୁଅ ଘରକୁ ଯାଇଥିଲା। ଗୋଟିଏ ଦିନ ରହିବା ପରେ ଶନିବାର ସକାଳ ୯ଟା ବେଳେ ପୁଅକୁ ଆଣି କୋଚି˚ ସେଣ୍ଟର‌୍‌ ହଷ୍ଟେଲ୍‌ରେ ଛାଡ଼ି ଦେଇଥିଲେ। ସେତେବେଳେ ଯାଏ ପୁଅ ଠିକ୍‌ଠାକ୍‌ ଥିଲା ଏବ˚ ଦେହ ଅସୁସ୍ଥ ହେଇ ନଥିଲା। ମାତ୍ର ରାତି ପ୍ରାୟ ସାଢେ଼ ୯ଟା ବେଳେ ପତ୍ନୀଙ୍କ ଦେହ ଖରାପ ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌କୁ ଯାଇଥିଲେ। ପତ୍ନୀଙ୍କୁ ଡାକ୍ତରଙ୍କୁ ଦେଖାଉଥିବା ବେଳେ ହିଁ କୋଚି˚ ସେଣ୍ଟର‌୍‌ ଶିକ୍ଷକ ପୁଅକୁ ଟେକି ଟେକି ମେଡିକାଲ୍‌ ନେଇ ଆସିଥିବା ଦେଖିବାକୁ ପାଇଥିଲେ। ପୁଅର କଣ ହେଇଛି ବୋଲି ପଚାରିବାରୁ ସେମାନେ କିଛି କହି ନଥିଲେ। ଏହାପରେ ଡାକ୍ତର ପୁଅକୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଅର ଅସୁସ୍ଥ ଖବର ସ˚ପର୍କରେ କୋଚି˚ ସେଣ୍ଟର‌୍‌ କର୍ତୃପକ୍ଷ ତାଙ୍କୁ ଆଦୌ ଜଣାଇ ନଥିବା ପିତା ସୁବାସ ଅଭିଯୋଗ କରିବା ସହିତ ଯୋଜନାବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଥିବା ଏତଲାରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପରେ କ୍ୟାରିୟର‌୍‌ ପାଵାର‌୍‌ କୋଚି˚ ସେଣ୍ଟର‌୍‌ର ମାଲିକଙ୍କ ସମେତ ଶିକ୍ଷକମାନେ ଫେରାର‌୍‌ ହୋଇଯାଇଛନ୍ତି। ସେମାନଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିବାରୁ ପୁଲିସ ସେମାନଙ୍କୁ ଧରି ପାରିନାହିଁ। ମେସ୍‌ ପରିଚାଳନା ଦାୟିତ୍ବରେ ଥିବା ଜଣଙ୍କୁ ରଖି ପୁଲିସ ଘଟଣା ସ˚ପର୍କରେ ପଚରାଉଚରା କରୁଛି। ତେବେ ସୁବ୍ରତଙ୍କ ବିୟୋଗ ପରେ ପରେ କୋଚି˚ ସେଣ୍ଟର‌୍‌ ମାଲିକ ସମେତ ଅନ୍ୟମାନେ ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ଫେରାର‌୍‌ ହୋଇଯିବା ଘଟଣା ହତ୍ୟା ଅଭିଯୋଗକୁ ଅଧିକ ସନ୍ଦେହ ଘେରକୁ ଟାଣି ନେଉଛି।

ସମ୍ବନ୍ଧିତ ଖବର