କନ୍ଧମାଳ:ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ। ଜେଲରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଜେଲରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ଗଞ୍ଜେଇ ଚାଲାଣ ମାମଲାରେ ତାଙ୍କ ନାମରେ ୱାରେଣ୍ଟ ଥିଲା। ସେ ଗତ ୧୫ ତାରିଖରେ ଆତ୍ମସମର୍ପଣ କରିଥିଲେ। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ବିଚାରଧୀନ କଏଦୀ ଭାବେ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/555-2.jpg)