ଝାରସୁଗୁଡା : ଝାରସୁଗୁଡ଼ା ଟାଉନ୍ ଥାନା ଅନ୍ତର୍ଗତ ବିଜୁନଗରଠାରେ ଶନିବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାଯାଇଛି। ପୁଲିସ ଏକ ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳାଙ୍କ ନାମ ପୁନମ ୱାଦେକର (୩୯) ବୋଲି ପୁଲିସ କହିଛି।
ଏସ୍ଡିପିଓ ନିର୍ମଳ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ମୃତ ମହିଳା ଗତ ୧୪ ତାରିଖ ଦିନ ତାଙ୍କ ସ୍ବାମୀ କମଲେଶ ଠକ୍କରଙ୍କ ସହିତ ଗଣ୍ଡଗୋଳ ପରେ ବିଷ ପିଇ ଦେଇଥିଲେ। ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସା କରିବା ପରେ ଘରକୁ ଅଣାଯାଇଥିଲା। ଗତକାଲି ସେ ପୁଣି ଅସୁସ୍ଥ ହେବାରୁ ତାଙ୍କ ସ୍ବାମୀ ଏକ ଘରୋଇ ହସ୍ପିଟାଲକୁ ନେଇ ଚିକତ୍ସା କରି ଘରକୁ ଆଣିଥିଲେ। ଶନିବାର ସକାଳେ ମହିଳାଙ୍କୁ ଉଠାଇବାରୁ ସେ ନଉଠିବାରୁ କମଲେଶ ମହିଳାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ। ପୁରୁଣାବସ୍ତିରେ ରହୁଥିବା ମହିଳାଙ୍କ ଭଉଣୀ ପୂଜା ଠକ୍କର ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ତାଙ୍କ ଭିଣୋଇଙ୍କୁ ଦାୟୀ କରି ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ୪୯୮, ୩୦୨ ଦଫା ଦାୟାର କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead-bbc-4.jpg)