ଯୋଡ଼ା : ଯୋଡ଼ାସ୍ଥିତ ଟାଟା ପ୍ରକଳ୍ପର ଶ୍ରମିକ କଲୋନିରେ ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହାକୁ କେନ୍ଦ୍ରକରି ଆଜି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତ ଶ୍ରମିକ ଜଣଙ୍କ ହେଲେ ଉତ୍ତରପ୍ରଦେଶର ଅଜୟ କୁମାର।

Advertisment

ଅଜୟ ଏଠାରେ ରହି ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ତାଙ୍କ ମୃତଦେହ ଏକ କଠୋରିରେ ଝୁଲୁଥିବା ଦେଖି ସୁରକ୍ଷାକର୍ମୀମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଆଜି ସକାଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ କଲୋନିରେ ଉତ୍ତେଜନା ଦେଖାଦେଇଥିଲା। ମୃତ ଶ୍ରମିକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ଓ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଶ୍ରମିକମାନେ ଦାବି କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଟାଟାଷ୍ଟିଲ୍‌ ଡାକ୍ତରଖାନାର ଶବଗୃହରେ ସଂରକ୍ଷିତ ରଖିଛି। ମୃତକଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।