Image Courtesy of India Today
ଦାନଗଦୀ: ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କଳିଙ୍ଗନଗର ଥାନା ଚାନ୍ଦିଆ ପଞ୍ଚାୟତ ଭାରଡ଼ାପଶି ଗ୍ରାମର ମୋହନ ହେମ୍ବ୍ରମଙ୍କ ପୁଅ ଜିତୁ(୨୨)। ଗତକାଲି ରାତିରେ ଘରେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସକାଳୁ ପରିବାର ଲୋକେ ଡାକିବାରୁ ସେ ଶୁଣି ନଥିଲେ।
ଫଳରେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜିତୁଙ୍କୁ ମୃତ ଘୋଷଣା କରିଥିଲେ। ରାତିରେ ତାଙ୍କୁ ସାପ କାମୁଡ଼ିଥିବା ଜିତୁଙ୍କ ଭାଇଁ କଳିଙ୍ଗନଗର ଥାନାରେ ଜଣାଇଛନ୍ତି। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Follow Us