ଅନୁଗୁଳ: ଅନୁଗୁଳରେ ଡେବିଟ କାର୍ଡ ବ୍ୟବହାରକାରୀଙ୍କୁ ଧୋକା ଦେବା ପାଇଁ ଏଟିଏମ୍ ଭିତରେ ଦୁର୍ବୃତ୍ତ ଏକ ଡିଭାଇସ୍ ଖଞ୍ଜି ଥିବା ଜଣାପଡ଼ିବା ପରେ ପୁଲିସ ଏହାକୁ ଜବତ କରିଛି।
ସୂଚନାଯୋଗ୍ୟ, ଅନୁଗୁଳର ଛେଣ୍ଡିପଦା ପୁଲିସ ସୀମା ଅନ୍ତର୍ଗତ ବଗଡିଆ ଛକ ନିକଟରେ ଏକ ଏସ୍ବିଆଇ ଏଟିଏମ୍ ରହିଛି। ଏହି ଏଟିଏମ୍ର ଭିତରେ ଏକ ଡିଭାଇସ୍ ଖଞ୍ଜା ଯାଇଥିବା ଟଙ୍କା ଉଠାଇବାକୁ ଯାଇଥିବା ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ଦେଖିବାକୁ ପାଇଥିଲେ। ଏଟିଏମ୍ ବଟନ୍ ଦବାଇବା ସମୟରେ ସେ ଭୁଲରେ ତାହାକୁ ସ୍ପର୍ଶ କରିଥିଲେ। ଯୁବକ ଜଣକ ଏହାକୁ ସ୍ପର୍ଶ କରିବା ମାତ୍ରେ ଡିଭାଇସ୍ ବାହାରକୁ ବାହାରି ଆସିଥିଲା। ସନ୍ଦେହ ହେବାରୁ ସେ ଏହି ଘଟଣା ବିଷୟରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ।
/sambad/media/post_attachments/wp-content/uploads/2019/10/download-3-14-300x158.jpg)
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଡିଭାଇସ୍କୁ ଜବତ କରିବା ସହିତ ଏଟିଏମ୍ ଭିତରେ ଏହାକୁ ଖଞ୍ଜି ଥିବା ଦୁର୍ବୃତ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ଏଟିଏମ୍ ଭିତରେ ଏହି ଡିଭାଇସ୍ ଖଞ୍ଜିବାର ଲକ୍ଷ୍ୟ ହେଉଛି ସେମାନେ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପିନ୍ ନମ୍ବର ସହଜରେ ଜାଣି ପାରିବେ। ଆଉ ପରବର୍ତ୍ତୀ ସମୟରେ ଏହି ପିନ୍ ନମ୍ବରକୁ ଆଧାର କରି ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/22bmDevice.jpg)