ଭୁବନ: ଢେଙ୍କାନାଳ ଜିଲ୍ଲାପାଳ ନିକଟରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଓଡ଼ିଶା ମ୍ୟୁନିସିପାଲ୍ ଆଇନ, ୧୯୫୦ର ଧାରା ୫୩ର ଉପ-ଧାରା (୧) ଅନୁଯାୟୀ ତଦନ୍ତ କରାଇଥିଲେ। ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ଯକ୍ଷ ଶୁଭେନ୍ଦୁ କୁମାର ସାହୁଙ୍କୁ ଏହି ବିଭାଗ ନୋଟିସ ଜାରି କରିଥିଲେ। ଗତ ଜୁନ ୧୮ରେ ରାଜ୍ୟ ସରକାର କାହିଁକି ତାଙ୍କୁ ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦରୁ ବହିଷ୍କାର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ତାହା ବ୍ୟାଖ୍ୟା କରିବାକୁ ଆହ୍ବାନ କରାଯାଇଥିଲା।
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ ଅନୁଯାୟୀ ବିଚାର କରାଯାଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ କଲେକ୍ଟର ତଦନ୍ତ ରିପୋର୍ଟ କରିବା ପରେ, ଉକ୍ତ ବିଜ୍ଞାପିତ ପରିଷଦର ଅଧ୍ଯକ୍ଷଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସୃଷ୍ଟୀକରଣ ସନ୍ତୁଷ୍ଠିଜନକ ନଥିଲା। ତାଙ୍କୁ ୨୦୨୫ ଅଗଷ୍ଟ ୧୪ରେ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ଦିଆଯାଇଥିଲା।
ରାଜ୍ୟ ସରକାର ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଉଦ୍ଦେଶ୍ୟମୂଳକ ଭାବରେ ଉକ୍ତ ଆଇନର ବ୍ୟବସ୍ଥା ଏବଂ ତଦନ୍ତଅନୁଯାୟୀ ନିୟମଗୁଡ଼ିକୁ ଉଲଂଘନ କରିଛନ୍ତି ବୋଲି କହିଥିଲେ। ଅଧ୍ୟକ୍ଷ ଭାବରେ ତାଙ୍କର କର୍ତ୍ତବ୍ୟ ପାଳନ କରିବାରେ ସେ ବିଫଳ ହୋଇଛନ୍ତି। ଉକ୍ତ ଆଇନ, ନିୟମ ଏବଂ ନିର୍ଦ୍ଦେଶାବଳୀ ବ୍ୟବସ୍ଥାର ଉଲଂଘନ କରି କାର୍ଯ୍ୟ କରିଛନ୍ତି। ତେଣୁ ବର୍ତ୍ତମାନଠାରୁ ଉକ୍ତ ଆଇନର ଧାରା ୫୩ର ଉପ-ଧାରା (୩) ଦ୍ବାରା କରାଯାଇଥିବା କ୍ଷମତା ଅପବ୍ୟବହାର କରିଛନ୍ତି। ରାଜ୍ୟ ସରକାର ଏହାଦ୍ୱାରା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବର୍ତ୍ତମାନର ଅଧ୍ଯକ୍ଷ ଶୁଭେନ୍ଦୁ କୁମାର ସାହୁଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିଛନ୍ତି। ଓଡ଼ିଶାର ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ନିର୍ଦ୍ଦେଶକ, ପୌର ପ୍ରଶାସନ ଏବଂ ପଦାଧୀକାରୀ ଅତିରିକ୍ତ ଶାସନ ସଚିବଙ୍କ ଚିଠି ଦ୍ଵାରା ଜଣାଯାଇଛି।
Odisha | Dhenkanal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/09/10/a8aa194d-b3ee-4efc-884b-0c5b13cfd872-2025-09-10-20-28-45.jpg)