କଣ୍ଟାପଡ଼ା : ‘ଫନି’ ମାଡ଼ରେ ଏସ୍ଭି ନିର୍ତାରରେ ବ୍ୟାପକ କ୍ଷତି ଘଟିଛି। ଅନୁଷ୍ଠାନର ଛାତ, ଆଜବେଷ୍ଟସ ଘରଗୁଡ଼ିକ ଭାଙ୍ଗିଯାଇଥିବା ବେଳେ କବାଟ, ଝରକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ଅନୁଷ୍ଠାନର ସୋଲାର ପ୍ୟାନେଲଗୁଡ଼ିକ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ଅନେକ ଉପକରଣ ଭାଙ୍ଗିରୁଜି ଯାଇଛି। ଅନୁଷ୍ଠାନ ପରିସରରେ ଥିବା ମୂଲ୍ୟବାନ ଗଛଗୁଡ଼ିକ ଭାଙ୍ଗି ଯାଇଛି। ‘ଫନି’ର କ୍ଷୟକ୍ଷତି ଆକଳନ ପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ଅନୁଷ୍ଠାନର ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର କ୍ଷୟକ୍ଷତି ହୋଇଥିବା ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସ ବିଭାଗର ଯୁଗ୍ମ ସଂପାଦକଙ୍କ ପାଖକୁ ଏହି ରିପୋର୍ଟ ପଠାଇଛନ୍ତି।
ଅନ୍ୟପଟେ କିନ୍ତୁ ଫନି ଏବଂ ଫନି ପରବର୍ତ୍ତି ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ନିର୍ଦ୍ଦେଶକଙ୍କ ନେତୃତ୍ବରେ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯାଇଥିଲା। ଜେନେରେଟର ଜରିଆରେ ବିଦ୍ୟୁତକରଣ କରାଯାଇ ସମଗ୍ର ପରିସରକୁ ଆଲୋକିତ ରଖା ଯାଇଥିଲା। ଅନୁଷ୍ଠାନର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ବାରା ଏଠାରେ ୨୪ ଘଣ୍ଟିଆ ଆଉଟ୍ ଡୋର ଚାଲିଥିଲା। ‘ଫନି’ ବେଳେ ନିର୍ତାରରେ ସମସ୍ତ କର୍ମଚାରୀ, ଡାକ୍ତର, ଅଫିସରମାନେ ସଜାଗ ରହିଥିଲେ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/nirtar-bf.jpg)