କଟକ : ଅନ୍ୟର ସହାୟତା ଆଉ ଦରକାର ପଡିବନି କି ଶାରୀରିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କେବଳ ଏକ୍ସଲରେଟର ମୋଡ଼ିଲେ ଚାଲିବ ହୁଇଲ୍ ଚେୟାର। ସୌର ଶକ୍ତିରେ ଚାର୍ଜ ହୋଇଥିବା ଏହି ବ୍ୟାଟେରି ଦ୍ୱାରା ଏହି ହୁଇଲ୍ ଚେୟାର ୩ ଘଣ୍ଟା କାଳ ଏକ ସମୟରେ ଚାଲି ପାରିବ। ଦିବ୍ୟାଙ୍ଗଙ୍କ ପାଇଁ ଅତି ଉପଯୋଗୀ ଅନୁଭବ ହେଉଥିବା ଏଭଳି ଏକ ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି କଟକର ଓଲଟପୁର ସ୍ଥିତ ଏସ୍ଭି ନିରତାରର ଫିଜିଓଥେରାପି ବିଭାଗ ଅଷ୍ଟମ୍ ସେମିଷ୍ଟର ଛାତ୍ରମାନେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଗୋଟିଏ ହୁଇଲ୍ ଚେୟାର ପ୍ରସ୍ତୁତ ପାଇଁ ମାତ୍ର ୪୦ରୁ ୪୫ହଜାର ଟଙ୍କା ଖର୍ଚ୍ଚ ହେବ। ବିଭାଗୀୟ ମୁଖ୍ୟ ଡକ୍ଟର ପତିତପାବନ ମହାନ୍ତି ଓ ଅଧ୍ୟାପକ ବସନ୍ତ କୁମାର ନନ୍ଦଙ୍କ ଦିଗ୍ଦର୍ଶନରେ ୧୦ ଜଣ ଛାତ୍ର ୨ମାସରେ ତିଆରି କରିପାରିଛନ୍ତି ଏଭଳି ଏକ ପ୍ରକଳ୍ପ। ଏହି ପ୍ରକଳ୍ପ ଦିବ୍ୟାଙ୍ଗ ଓ ହାତଗୋଡ ଠିକ୍ଭାବରେ ଚାଲୁନଥିବା ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ। ତେବେ ତିଆରି ହୋଇଥିବା ଏହି ପ୍ରକଳ୍ପର ସ୍ୱୀକୃତି ପାଇଁ ତାହାକୁ ବିଶ୍ୱବିଦ୍ୟାଳୟକୁ ପଠାଯିବ ବୋଲି ଅଧ୍ୟାପକ ବସନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।