ଭୁବନେଶ୍ୱର : ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହୋଇପଡିଥିବା ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ । ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ମୌସୁମୀ ଆସିବା ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ସ୍କାଏମେଟ କହିଛି । ଓଡ଼ିଶାରେ ଗତ ଦୁଇ ଦିନ ଧରେ କେତେକ ସ୍ଥାନରେ ବର୍ଷା ହୋଇଥିବାର ସୂଚନା ମିଳଳିଛି । ଆକାଶ ମଧ୍ୟ ମେଘାଚ୍ଛନ୍ନ ରହିଛି ।
/sambad/media/post_attachments/wp-content/uploads/2019/06/rain-5-300x167.jpg)
ଭାରତର ଦକ୍ଷିଣ-ପଶ୍ଚିମ ଦିଗରୁ ଆସୁଥିବା ମୌସୁମୀ ବାୟୁ ଆସନ୍ତା ୨୪ରି ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ଦକ୍ଷିଣ-ଉପକୂଳ ଅଞ୍ଚଳକୁ ଛୁଇଁବ ଓ ଧୀରେ ଧୀରେ ସମଗ୍ର ଓଡ଼ିଶାକୁ ଛୁଇଁବ । ଏହାଛଡା ଓଡ଼ିଶା ଉପରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବାରୁ ତାହାଯୋଗୁଁ ମଧ୍ୟ ବର୍ଷା ପରିମାଣ ବଢିବ । ମୌସୁମୀ ଆସିବା ପରେ ପରବର୍ତ୍ତି ୨-୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ, କିନ୍ତୁ ପରେ ବର୍ଷା ପରିମାଣ ସାମାନ୍ୟ କମିବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Light-to-moderate-rain-likely-over-country.jpg)