ନୂଆପଡ଼ା: ନୂଆପଡ଼ା ‘ଗରିବ ସେନା ସଂଗଠନ’ ତରଫରୁ ଚାଲିଥିବା ନୂଆପଡ଼ା ସ୍ବଭିମାନ ପଦଯାତ୍ରା ୪୫ ଦିନରେ ଶେଷ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସିରୋଲ ଛକଠାରୁ ସ୍ବଭିମାନ ପଦଯାତ୍ରାରେ ଶତାଧିକ ପୁରୁଷ, ମହିଳା ବାହାରି ସହର ପରିକ୍ରମା କରି ପୁଲିସ ପଡ଼ିଆସ୍ଥିତ ରଙ୍ଗମଠାରେ ପହଞ୍ଚିଥିଲେ। ଏହି ପଦଯାତ୍ରା ୭୧୨ କିମି ଅତିକ୍ରମ କରି ୭୧ ପଞ୍ଚାୟତର ୩୧୮ଟି ଗାଁ’ରେ ଲୋକଙ୍କୁ ସଚେତନ କରିଛି। ସଂଗଠନର ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସମାରୋହରେ ମୂଳନିବାସୀ ସମତା ପରିଷଦ ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲିକ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ହରି କୁଲଦୀପ, ପଦଯାତ୍ରା ସଂଯୋଜକ ଗଦାଧର ମାଝି, ସମ୍ପାଦକ ହରିଶ ମାଝି, ୟୁନୁଶ ମହମ୍ମଦ, ଗୋବିନ୍ଦ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଦୁଷ୍ମନ୍ତ ଦୁରିଆ ମଞ୍ଚ ପରିଚାଳନା କରିଥିଲେ।
ରାଜ୍ୟରେ ଶ୍ରମିକଙ୍କ ପାଇଁ ସମସ୍ତ ଯୋଜନା ଫେଲ୍ ମାରିଥିବା ସଭାରେ ମତପ୍ରକାଶ ପାଇଥିଲା। ରାଜ୍ୟବାହାରେ ଦାଦନ ଶ୍ରମିକ ନିର୍ଯାତିତ ହେବା, ଜଳସେଚନ ଅଭାବରୁ ମରୁଡି ସମସ୍ୟା, ମଣ୍ଡିରେ ଧାନବିକ୍ରି ସମସ୍ୟା, ଶିକ୍ଷିତ ଯୁବକ ଅଧିକାରରୁ ବଞ୍ଚିତ ହେବା, ମଦ ବିରୋଧରେ ଜନଜାଗରଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାର ସମାଧାନ ନ ହେଲେ ସରକାର ଓ ପ୍ରଶାସନ ବିରୋଧରେ ଜନଆନ୍ଦୋଳନ ହେବ ମତପ୍ରକାଶ ପାଇଛି। ବଳଦେବ ଦୁରିଆ, ଟୁନା କୁଲଦୀପ, ସାଗର ଯାଦବ, ଖୁସି ଜଗତ, ଲୋକନାଥ ଜଗତ, ଅଶ୍ବିନ ଅହିର, ଏକାମ ଦୀପ, ସୁନ୍ଦର ଚିନ୍ଦା, ଦେବେନ୍ଦ୍ର ବାଗ, ତରୁଣ ତାଣ୍ତି, ପିଣ୍ଟୁ ମାଝି, ଅମ୍ରିତ ମାଝି, ମାନସିଂ ବରିହା, ଖଗେଶ୍ବର ଦୀପ, ମହେନ୍ଦ୍ର ପଟେଲ, ରାଜେନ୍ଦ୍ର ଦୁରିଆ, ଜଗତ ମିର୍ଦ୍ଧା, ପ୍ରେମଲାଲ ସାହୁ, ଘନ ତାଣ୍ତି, ମଣ୍ଟୁ ଆଡ଼ବଙ୍ଗ ଓ ଥବୀର ରଣା ପ୍ରମୁଖ ଉପସ୍ଥିତ ଥିଲେ।