ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ଏନ୍‌ଏସି ତଥା ପୌର ପାଳିକାରେ ସ୍ୱଚ୍ଛସାଥୀ ଭାବେ କାର୍ଯ୍ୟରତ ମହିଳାମାନେ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାଟଣାଗଡ଼, ଟିଲିଲାଗଡ଼, ତୁଷୁରା, କଣ୍ଟାବାଞ୍ଜି ଓ ବଲାଙ୍ଗୀର ପୌରପାଳିକାରେ କାମ କରୁଥିବା ସ୍ୱଚ୍ଛସାଥୀମାନେ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ପ୍ରସୂତି ସମୟରେ ଛୁଟି ଆଦି ଦାବି କରିଛନ୍ତି। ଏମାନେ ବହୁ ବର୍ଷ ହେଲା ସ୍ୱଚ୍ଛତା କାର୍ଯ୍ୟ କରିବା ସହିତ କରୋନା ସମୟରେ ମଧ୍ୟ କାର୍ଯ୍ୟ କରିଥିଲେ। ତଥାପି ଆଜିଯାଏ ଏମାନଙ୍କୁ କୌଣସି ସରକାରୀ ସ୍ତରରେ ଅନୁମୋଦନ କରାଯାଇ ନାହିଁ। ସବିତା ମୁଣ୍ଡା, ସୁଭଦ୍ରା ସାହୁ, ପ୍ରତିମା ମିଶ୍ର, କଳ୍ପନା ବିଭାର, ସୁଜାତା ବାରିକ, ମଦନା ନାଗ, ସୁନିତା ଗୁରୁ, ମଞ୍ଜୁଲତା ସାହୁ ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ।