ସଫାସୁତୁରା ଗାଁକୁ ମିଳିବ ପୁରସ୍କାର

ପଞ୍ଚାୟତ, ବ୍ଲକ୍‌ ବି ପୁରସ୍କୃତ ହେବେ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ। ଏହି ସ୍ଲୋଗାନ୍‌କୁ ଏକ ଆନ୍ଦୋଳନର ରୂପ ଦେବା ପାଇଁ ସଫାସୁତୁରା ଗାଁକୁ ରାଜ୍ୟ ସରକାର ପୁରସ୍କୃତ କରିବେ। ତା’ ସହିତ ସ୍ୱଚ୍ଛତା ଦିଗରେ ଭଲ କାମ କରୁଥିବା ପଞ୍ଚାୟତ ଓ ବ୍ଲକ୍‌କୁ ବି ପୁରସ୍କୃତ କରାଯିବ। ଆଜି ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଲେ, ସୁସ୍ଥ ରହିବା ଆମର ଅଧିକାର ଓ ଦାୟିତ୍ୱ। ସୁସ୍ଥ ରହିଲେ ହିଁ ଆମେ ପରିବାର ପାଇଁ କିଛି କରିପାରିବା। ଦେଶ ପାଇଁ, ସମାଜ ପାଇଁ କିଛି କରିପାରିବା। ନାଗରିକମାନଙ୍କ ସ୍ୱାସ୍ଥ୍ୟ ସହ ଦେଶର ଅର୍ଥନୀତି ଓ ବିକାଶର ଗଭୀର ସମ୍ପର୍କ ରହିଛି। ତେଣୁ ସୁସ୍ଥ ରହିବା ପାଇଁ ଆମ ପରିବେଶକୁ ସଫା ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ନିଜ ଗାଁର ପରିବେଶକୁ ସଫା ରଖିବା ଦିଗରେ ଯତ୍ନବାନ ହେବା ଉଚିତ। ଭଲ ପରିବେଶ ସବୁବେଳେ ଭଲ କାମ ପାଇଁ ପ୍ରେରଣା ଦେଇଥାଏ। ତେଣୁ ଜନସାଧାରଣ ସମସ୍ତେ ନିଜ ଘରେ ପାଇଖାନା କରିବା ସହ ପରିବାରର ସବୁ ସଦସ୍ୟ ଏହାକୁ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ। ପାଇଖାନା ନିଜେ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର