ବୃତ୍ତିଗତ ନିଷ୍ପତ୍ତି ପିଲା ତା’ ଇଚ୍ଛାରେ ନେଉ: ସୌମ୍ୟରଂଜନ ପଟ୍ଟନାୟକ

ରାଜଭବନରେ ସ୍ବାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ବର: ବୃତ୍ତିଗତ ନିଷ୍ପତ୍ତି ପିଲା ତା’ ଇଚ୍ଛାରେ ନେଉ। ବାପା-ମା’ମାନଙ୍କୁ ନିବେଦନ ଯେ, ସେମାନେ ପିଲାର ବୃତ୍ତିଗତ ଜୀବନରେ ହସ୍ତକ୍ଷେପ ନ କରନ୍ତୁ। ପିତାମାତା ଏସଂପର୍କରେ ସଚେତନ ରୁହନ୍ତୁ। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରବନ୍ଧ ପ୍ରତିଯୋଗିତା ସମ୍ବର୍ଦ୍ଧନା ଉତ୍ସବରେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ରାଜଭବନରେ ଆୟୋଜିତ ସମାରୋହରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଶ୍ବଗୁରୁ ହେବାକୁ ହେଲେ ଅହଂକାରକୁ ଛାଡ଼ିବାକୁ ପଡ଼ିବ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ରାଜଭବନରେ ରତ୍ନ ଭଣ୍ଡାର ଖୋଲି ଦେଇଛନ୍ତି । ଓଡ଼ିଶାରସାରା କୋଣ ଅନୁକୋଣରୁ ଏଠି ରତ୍ନମାନେ ଉପସ୍ଥିତ ଅଛନ୍ତି । ରାଜଭବନରେ ଉପସ୍ଥିତ ଥିବା ପିଲାମାନେ ହେଉଛନ୍ତି ରତ୍ନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅହଂକାର ସବୁ ସଫଳତାର ବଡ଼ ବେମାରୀ। ତେଣୁ ସଫଳତାରୁ ଆହୁରି ସଫଳତା ନେବା ପାଇଁ ସଂକଳ୍ପ ନିଆଯିବା ଦରକାର। ଅଧିକ ସଫଳତା ହାସଲ ପାଇଁ ପିଲାମାନେ ସଂକଳ୍ପ ନିଅନ୍ତୁ।

ଶ୍ରୀ ପଟ୍ଟନାୟକ କହିଥିଲେ, ୪ଟି ‘ଏମ୍‌’କୁ ଆପଣାନ୍ତୁ ଏବଂ ଗୋଟିଏ ‘ଏମ୍‌’କୁ ଦୂରରେ ରଖନ୍ତୁ। ଏହା ହେଲା ମା‘ଙ୍କୁ ସମ୍ମାନ। ମାଟିକୁ ସମ୍ମାନ। ମାତୃଭାଷାକୁ ସମ୍ମାନ। ମୋବାଇଲକୁ ଜୁହାର। ମୋବାଇଲ ଟେକ୍ନୋଲୋଜିକୁ ବିନିଯୋଗ କରୁଛି। ବିକାଶ ପାଇଁ ଟେକ୍ନୋଲୋଜି ନିହାତି ଦରକାର। ମଦକୁ ବାରଣ କରିବା। ଘରେ ମହିଳାମାନେ ମଦକୁ ପ୍ରବେଶ କରେଇ ଦେବେ ନାହିଁ। ‘୫ଟି ଏମ୍‌’ର ମନ୍ତ୍ର ମାଆ, ମାଟି, ମାତୃଭାଷା, ମୋବାଇଲ ର ସଦୁପଯୋଗ କରି ଓ ମଦ ଛାଡ଼ିଲେ ଭାରତ ବିଶ୍ଵ ଗୁରୁ ହୋଇ ପାରିବ । ଏହି କାମ ମହିଳାମାନେ ହିଁ କରିପାରିବେ। ବିକାଶ ପାଇଁ ମହିଳାମାନେ ବହୁ ସଂଖ୍ୟାରେ ଆଗେଇ ଆସିଛନ୍ତି।

ଆଜାଦୀ କା ଅମୃତ ମହୋତ୍ସବ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା (ଇଂରାଜୀ)

-ପ୍ରଥମ: ସ୍ବତି ନାୟକ, ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ସ୍କୁଲ, ୟୁନିଟ-୪, ଭୁବନେଶ୍ବର
-ଦ୍ବିତୀୟ: ସୃଷ୍ଟି ସ୍ମରଣୀକା ବିଶି, ଡିଏଭି ପବ୍ଲିକ ସ୍କୁଲ, ତାଲଚେର, ଅନୁଗୁଳ
-ତୃତୀୟ: ସଞ୍ଚି ଅଗ୍ରୱାଲ, ଜୱାହାର ନବୋଦୟ ବିଦ୍ୟାଳୟ, ବୌଦ୍ଧ

ଆଜାଦୀ କା ଅମୃତ ମହୋତ୍ସବ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା (ଓଡ଼ିଆ)

-ପ୍ରଥମ: କୁମାରୀ ସାଇପ୍ରିୟା ଗିରି, ଭଗବାନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, କମର୍ଦ୍ଦା, ବାଲେଶ୍ବର
-ଦ୍ବିତୀୟ: ସ୍ବପ୍ନଜିତ ନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦଶରଥପୁର, ଯାଜପୁର
-ତୃତୀୟ: ସ୍ବାଗତିକା ଚୌଧୁରୀ, ଶକୁନ୍ତଳା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଓଡ଼ିଶାରେ ଯଥେଷ୍ଟ ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ଭଲ ପରିଶ୍ରମ କଲେ ପରିଚୟ ସୃଷ୍ଟି କରିପାରିବେ। ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ବରେ ରେକର୍ଡ ସୃଷ୍ଟି କରିଛି। ବିପର୍ଯ୍ୟୟ ସମୟରେ ସଫଳତାର ସହିତ ପରିଚାଳନା କରି ସୁନାମ ଆଣିଛି। ଆମ ରାଜ୍ୟ କୋଭିଡ ପରିଚାଳନା କ୍ଷେତ୍ରରେ ରେକର୍ଡ କରିଛି। ୧୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶାକୁ ଅଧିକ ପ୍ରଶଂସା ମିଳିଥିଲା। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସୁନାମ ଆଣିଛି। ଭୁବନେଶ୍ବର କ୍ରୀଡ଼ାର ହବ୍‌ ପାଲଟିଛି। କ୍ରୀଡ଼ା ପାଇଁ ଓଡ଼ିଶା ଅଧିକ ପ୍ରୋତ୍ସାହନ ଦେଉଛି। ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶାର ଦ୍ରୁତଗତିରେ ବିକାଶ ହେଉଛି ।

୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଅବସରରେ ଆୟୋଜିତ ସମାରୋହରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍
ମୁଖ୍ୟ ଅତିଥି ଥିଲେ। ସେହିପରି ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶାସ୍ବତ ମିଶ୍ର, ଆମ ଓଡ଼ିଶା ସଂପାଦକ ସ୍ବରାଜ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର