ଯୁକ୍ତ ଦୁଇ କଳାରେ ସୁନ୍ଦରଗଡ଼ର ସାନ୍ତ୍ବନା ପଶ୍ଚିମ ଓଡ଼ିଶା ଟପର୍

ସୁନ୍ଦରଗଡ଼: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତା ସୁନ୍ଦରଗଡ଼ର ଝିଅ ସାନ୍ତ୍ବନା ମେହେର ଯୁକ୍ତ ଦୁଇ କଳାରେ ପଶ୍ଚିମ ଓଡ଼ିଶା ଟପର୍ ହୋଇଛନ୍ତି। ସେ ପରୀକ୍ଷାରେ ୫୫୦ ମାର୍କ (୯୧.୬୬) ପ୍ରତିଶତ ରଖି ଏହି ସଫଳତା ହାସଲ କରି ସୁନ୍ଦରଗଡ଼ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ସୁନ୍ଦରଗଡ଼ ପୌରାଞ୍ଚଳ ସୁନାରିପଡ଼ାର ମାନବ କୁମାର ମେହେର ଓ ନମିତା ମେହେରଙ୍କ ଝିଅ ସାନ୍ତ୍ବନା ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ୮୯.୬ ପ୍ରତିଶତ ମାର୍କ ରଖି ମାଟ୍ରିକରେ କୃତକାର୍ଯ୍ୟ ହେବା ପରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ପଢ଼ୁଛନ୍ତି।

ସମ୍ବନ୍ଧିତ ଖବର