ପୁରୀ: କାଳୀପୂଜା ଅବସରରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ସ୍ୱର୍ଗଦ୍ୱାରର ନୂଆ ୱେବସାଇଟ୍ ସ୍ୱର୍ଗଦ୍ୱାର ଡଟ୍ କମ୍ (swargadwar.com
କାର୍ଯ୍ୟକ୍ରମକୁ ସ୍ୱର୍ଗଦ୍ୱାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କଟକୀ ମଠ ମହନ୍ତ ବିଜୟ ରାମାନୁଜ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱର୍ଗଦ୍ୱାର ସେବକମାନଙ୍କୁ ନୂତନ ପୋଷାକ ବିତରଣ ସହ ବାର୍ଷିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେବା ସମିତି ତରଫରୁ ଦୀନବନ୍ଧୁ ନାୟକ, ସୁକାନ୍ତ ମୁଖି, ୱେବ୍ ଡିଜାଇନର ରାଜେଶ କୁମାର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୪ଜଣ ସଂସ୍କାର ସେବକମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ବିବାହ ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସ୍ୱର୍ଗଦ୍ୱାର ମୁଖ୍ୟ ସେବକ ବ୍ରଜକିଶୋର ସାହୁ, କନିଷ୍ଠ ସେବକ ସନ୍ତୋଷ ଶେଖର ମହାନ୍ତି, ରାଜେନ୍ଦ୍ର କୁମାର ଦାସ, ବିଶ୍ୱନାଥ ହରିଚନ୍ଦନ, ସୁମନ୍ତ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।