ସ୍ବର୍ଗଦ୍ବାର ନବୀକରଣ: ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପିନାକୀଙ୍କ ପ୍ରଶଂସା

ପୁରୀ : ସ୍ବର୍ଗଦ୍ବାର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର। ସ୍ବର୍ଗଦ୍ବାରର ପୂର୍ବ ଓ ପରର ସ୍ଥିର ଚିତ୍ର ନିଜ ଟ୍ବିଟ୍‌ ଆକାଉଣ୍ଟରେ ଆଜି ପୋଷ୍ଟ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିଃସ୍ବାର୍ଥପର ଓ ଉନ୍ନତ ଚିନ୍ତାଧାରା ପାଇଁ ଆଜି ପୁରୀ ସ୍ବର୍ଗଦ୍ବାର ନୂଆ ରୂପ ପାଇପାରିଛି। ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟୀକରଣ ତଥା ଜନସାଧାରଣ ସ୍ବାର୍ଥ ପାଇଁ ବିଜୁ ବାବୁଙ୍କ ସମାଧି ସ୍ଥାନାନ୍ତର ଏକ ଅଭୂତପୂର୍ବ ନିଷ୍ପତ୍ତି ବୋଲି ସାଂସଦ ଶ୍ରୀ ମିଶ୍ର କହିଛନ୍ତି। ନିଜ ଟ୍ବିଟ୍‌ରେ ୫-ଟି ସଚିବଙ୍କୁ ବି ଶ୍ରୀ ମିଶ୍ର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର